Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନବଜାତର ମୃତ୍ୟୁ ପରେ ମେଡିକାଲରେ ଉତ୍ତେଜନା

    Share on :
    ajab-Image
    Date: May 2, 2026    Views: 2445

    ଯାଜପୁର: ଯାଜପୁର ମେଡିକାଲରେ ଉତ୍ତେଜନା। ନବଜାତ ଶିଶୁର ମୃତ୍ୟୁ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। ପ୍ରସବ ବେଦନା ପରେ ଭଦ୍ରକ କୁମ୍ଭାରୀଆ ଅଞ୍ଚଳରୁ ଜଣେ ମହିଳା ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କର ଏକ  ଶିଶୁ କନ୍ୟା ଜନ୍ମ ହୋଇଥିଲା।

    ଶିଶୁଟି ଅସୁସ୍ଥ ଥିବାରୁ ତାର ଅଧିକ ଚିକିତ୍ସା ପାଇ କଟକ ପଠାଇ ଥିଲା ଯାଜପୁର ମେଡିକାଲ। ହେଲେ ଶିଶୁର ମୃତ୍ୟୁ ପରେ ପରିବାର ଲୋକ ମୃତ ଶିଶୁକୁ ଧରି ଠେଙ୍ଗା ବାଡ଼ି ଧରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ହଙ୍ଗାମା କରିଛନ୍ତି।

    ସେପଟେ ମୃତ ଶିଶୁକୁ କାହିଁକି କଟକ ପଠାଗଲା ତାର ତଦନ୍ତ ଦାବି କରିବା ସହ ଚିକିତ୍ସା କରିଥିବା ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।

    Maximum 500 characters

    ତାଜା ଖବର View all

    Find Us on Facebook