ମୁଖ୍ୟ ଖବର
ଭୁବନେଶ୍ୱର; ନୂଆ ରୂପରେ ଆସିବ ମେଟ୍ରୋ । ପୁରୀ, ଭୁବେନେଶ୍ୱର ଓ କଟକକୁ ନେଇ ଟ୍ରାଇ ସିଟିର ପରିକଳ୍ପନା ହୋଇଛି । ଆଗାମୀ ଦିନରେ ଭୁବେନେଶ୍ୱର, ପୁରୀ, କଟକ ଓ ପାରାଦ୍ୱୀପ ଇକୋନୋମିକାଲ ରିଜନ ହେବ । ଏଥିରେ ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।
ନଗର ଉନ୍ନୟନ ମନ୍ତ୍ରୀ ଆହୁରି କହିଛନ୍ତି, '' ଆମେ ମେଟ୍ରୋ ବିରୋଧରେ ନାହୁଁ, ମେଟ୍ରୋ କରିବାକୁ ସରକାର ଚାହୁଁଛନ୍ତି । ମେଟ୍ରୋକୁ ଆମେ ବନ୍ଦ କରିନାହୁଁ, ସ୍ଥଗିତ ରଖିଛୁ । ମେଟ୍ରୋ ପାଇଁ ଯାହା ପ୍ରକ୍ରିୟା ଦରକାର ଆମେ ଚାଲୁ ରଖିଛୁ । ବିକଳ୍ପ ରାସ୍ତା ନ କରି ମେଟ୍ରୋ କଲେ, ଲୋକେ ହନ୍ତସନ୍ତ ହେବେ । ମେଟ୍ରୋ ପାଇଁ ବିକଳ୍ପ ରାସ୍ତା ଓ କେନ୍ଦ୍ରର ସହାୟତା ଆବଶ୍ୟକ । ମେଟ୍ରୋର ଆବଶ୍ୟକତା ରହିଛି । ସରକାର କେବଳ ଭୁବେନେଶ୍ୱର ପାଇଁ ମେଟ୍ରୋ ପରିକଳ୍ପନା କରୁନାହାନ୍ତି । ପୁରୀ, ଭୁବେନେଶ୍ୱର ଓ କଟକକୁ ନେଇ ଟ୍ରାଇ ସିଟିର ପରିକଳ୍ପନା କରିଛୁ । ମେଟ୍ରୋ ଯିବା ପୂର୍ବରୁ ଟାଉନରେ ପ୍ଲାନିଂ ହୋଇନଥିଲା । ''
କୃଷ୍ଣ ଚନ୍ଦ୍ର ମହାପାତ୍ର ଆହୁରି କହିଛନ୍ତି,'' ୨୪ ବର୍ଷ ସରକାରରେ ଥିଲେ ଟାଉନ ପ୍ଲାନିଂ ସ୍ଥିତି ଅଛି କି । ଭୁବନେଶ୍ୱର ସହର ରେ ଆଜି କାହିଁକି ଏ ପରିସ୍ଥିତି ? ଦାୟୀ କିଏ ? ମେଟ୍ରୋ ପାଇଁ ଯାହା ପ୍ରକ୍ରିୟା ଦରକାର ଆମେ ଚାଲୁ ରଖିଛୁ । ବିକଳ୍ପ ରାସ୍ତା ନ କରି ମେଟ୍ରୋ କଲେ, ଟେଷ୍ଟିଙ୍ଗ ସମୟରେ ଲୋକେ ହତସନ୍ତ ହଉଥିଲେ । ବର୍ଷ ବର୍ଷ ଧରି କାମ ଚାଲିଥିଲେ କଣ ହୋଇଥାନ୍ତା ? ମେଟ୍ରୋ କରିବା ପାଇଁ ବିକଳ୍ପ ରାସ୍ତାର ଆବଶ୍ୟକ । ଆମକୁ କେନ୍ଦ୍ର ସରକାରଙ୍କ ସହାୟତା ନେବାର ଅଛି । ତାର ପ୍ଲାନ ଟେକ୍ନୋଲୋଜି ଆମକୁ ଗ୍ରହଣ କରିବାର ଅଛି ।''
Comments ସମସ୍ତ ମତାମତ 0