Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ: ଆଶୁତୋଷ ମହୋତ୍ସବ ନିର୍ଦ୍ଦେଶକ ନିଯୁକ୍ତ

    Share on :
    ajab-Image
    Date: May 2, 2026    Views: 2800

    ନୂଆଦିଲ୍ଲୀ : ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୫୭ତମ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ଗୋଓ୍ବାରିକରଙ୍କୁ ମହୋତ୍ସବ ନିର୍ଦ୍ଦେଶକ ନିଯୁକ୍ତ କରିଛି । ଶ୍ରୀ ଗୋୱାରିକର ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଯିଏ ଭାରତୀୟ ସିନେମା ପ୍ରତି ଉଲ୍ଲେଖନୀୟ ଅବଦାନ ରଖିଛନ୍ତି । ବିଗତ କିଛି ଦଶନ୍ଧି ଧରି ଆଇଏଫଏଫଆଇ ସହିତ ତାଙ୍କର ସମ୍ପର୍କ ରହିଛି, ଯାହା ସିନେମା କଳା ଏବଂ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସଂସ୍କୃତିର ବିକାଶ ପ୍ରତି ତାଙ୍କର ଗଭୀର ଆଗ୍ରହକୁ ପ୍ରତିଫଳିତ କରେ।
    ଏହି ନିଯୁକ୍ତି ବିଷୟରେ ଶ୍ରୀ ଗୋୱାରିକର କହିଛନ୍ତି, “ଗୋଆରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଷ୍ଠିତ ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଲାଗି ମହୋତ୍ସବ ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦର ବିଷୟ। ଅତ୍ୟନ୍ତ ସୌଭାଗ୍ୟର କଥା ଯେ, ମୁଁ ଏହି ମହୋତ୍ସବର ଅଭିବୃଦ୍ଧି ଦେଖିଛି । ୧୯୮୪ମସିହାରେ ଏଥିରେ ଅଂଶଗ୍ରହଣ କରିବାଠାରୁ ୨୦୨୪ରେ ଏହାର ଅନ୍ତର୍ଜାତୀୟ ସିନେମାର ଜୁରି ଅଧ୍ୟକ୍ଷ ଭାବରେ କାର୍ୟ୍ୟ କରିବା ପର୍ୟ୍ୟନ୍ତ, ଏହି ମହୋତ୍ସବ ସହ ନିୟମିତ ଭାବେ ଜଡ଼ିତ ହେବା ମୋ ପାଇଁ ଏକ ସ୍ମରଣୀୟ ଅଭିଜ୍ଞତା ହୋଇଛି।” “୧୯୫୨ମସିହାରୁ ବର୍ଷ ବର୍ଷ ଧରି ଅନେକ ମହୋତ୍ସବ ଦଳ ଦ୍ୱାରା ପ୍ରତିଷ୍ଠିତ, ପରିଚାଳିତ ଏବଂ ସଂପ୍ରସାରିତ ପରମ୍ପରାକୁ ଆଗକୁ ବଢ଼ାଇବା ଏହା ମୋ ପାଇଁ ଏକ ବଡ଼ ସମ୍ମାନ; ଏହି ସମ୍ମାନ ସହ ଏକ ଗୁରୁ ଦାୟିତ୍ବ ବି ଆସିଛି। ମୁଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଗୋଆ ସରକାରଙ୍କ ସହିତ ଘନିଷ୍ଠ ଭାବରେ କାମ କରିବାକୁ ଅପେକ୍ଷା କରିଛି।”

    ୧୯୫୨ମସିହାରେ ପ୍ରତିଷ୍ଠିତ, ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ହେଉଛି ଏସିଆର ପ୍ରମୁଖ ଚଳଚ୍ଚିତ୍ର ମହୋତ୍ସବ ମଧ୍ୟରୁ ଗୋଟିଏ, ଯାହା ସାଂସ୍କୃତିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ସହିତ ବିଶ୍ୱ ସିନେମାରେ ଉତ୍କର୍ଷତା ପ୍ରଦର୍ଶନ କରିବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବରେ କାର୍ୟ୍ୟ କରେ।

    ୧୯୫୨ମସିହାରେ ପ୍ରତିଷ୍ଠିତ, ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଦକ୍ଷିଣ ଏସିଆର ସବୁଠାରୁ ପୁରୁଣା ଏବଂ ସବୁଠାରୁ ପ୍ରତିଷ୍ଠିତ ଚଳଚ୍ଚିତ୍ର ମହୋତ୍ସବ ଭାବରେ ପରିଚିତ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଭାରତର ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ(ଏନଏଫଡିସି) ଏବଂ ଗୋଆ ସରକାରଙ୍କ ମନୋରଞ୍ଜନ ସମାଜ ଦ୍ୱାରା ମିଳିତ ଭାବରେ ଆୟୋଜନ କରାଯାଉଥିବା ଏହି ମହୋତ୍ସବ ବିଶ୍ବ ସିନେମାର ଏକ ମିଳନସ୍ଥଳୀରେ ପରିଣତ ହୋଇଛି । ଏଠାରେ ସଯତ୍ନ ସଂରକ୍ଷିତ ପୁରୁଣା କ୍ଲାସିକ ସିନେମା ସମେତ ନୂଆ ଚିନ୍ତାଧାରାର ଚଳଚ୍ଚିତ୍ର ପ୍ରଦର୍ଶନ ହୁଏ, ପ୍ରତିଷ୍ଠିତ ଚଳଚ୍ଚିତ୍ର ନିର୍ଦ୍ଦେଶକମାନଙ୍କ ସହ ନବୀନ ନିର୍ଦ୍ଦେଶକମାନେ ଏକାଠି ହୁଅନ୍ତି।

    ଆଇଏଫଏଫଆଇର ଅନନ୍ୟ ଶକ୍ତି ଏହାର ବିବିଧତାରୁ ଆସିଥାଏ। ଏଥିରେ ଅନ୍ତର୍ଭୁକ୍ତ ରହିଛି ଅନ୍ତର୍ଜାତୀୟ ପ୍ରତିଯୋଗିତା, ଦେଶ-କେନ୍ଦ୍ରିତ କାର୍ୟ୍ୟକ୍ରମ, ମାଷ୍ଟରକ୍ଲାସ୍, ଶ୍ରଦ୍ଧାଞ୍ଜଳି ସମାରୋହ ଏବଂ ସ୍ପନ୍ଦନଶୀଳ ଦ'ଓ୍ବେଭ୍ସଦ' ଫିଲ୍ମ ବଜାର, ଯେଉଁଠାରେ ଚିନ୍ତାଧାରା, ସହଯୋଗ ଏବଂ ସୃଜନଶୀଳ ସହଭାଗୀତା ସାକାର ରୂପ ନିଏ। ନଭେମ୍ବର ୨୦୨୬ରେ ଗୋଆର ଚମତ୍କାର ବେଳାଭୂମି ପରିବେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଆଇଏଫଏଫଆଇର ୫୭ତମ ସଂସ୍କରଣ ଏକ ଆହୁରି ବିସ୍ତୃତ ପ୍ଲାଟଫର୍ମ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଛି। ଏହା ଅନେକ ଭାଷା, ଧାରା, ପ୍ରଯୁକ୍ତି ଓ କାହାଣୀ ପରମ୍ପରାକୁ ଏକାଠି କରିବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook