ମୁଖ୍ୟ ଖବର
ବଲାଙ୍ଗୀର : ବଲାଙ୍ଗୀରରେ ମୃଦୁ ଭୂମିକମ୍ପ ଅନୁଭୂତ। ଭୋର୍ ୪ଟା ୪୦ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି। କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଶନିବାର ଦିନ ଭୋର ୪ଟା ୪୦ରେ ବଲାଙ୍ଗିର ଜିଲ୍ଲା ତୁଷୁରା ଅଞ୍ଚଳରେ ମୃଦୁ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଫଳରେ ଲୋକମାନେ ଭୟଭୀତ ହୋଇ ପଡିଥିଲେ। ହେଲେ ବର୍ତ୍ତମାନ ଯାଏଁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ। ଏହାପୂର୍ବରୁ କିଛି ଦିନ ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ମୃଦୁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା । ହେଲେ କାହାର କୌଣସି କ୍ଷୟକ୍ଷତିର ସୂଚନା ନଥିଲା ।..
Comments ସମସ୍ତ ମତାମତ 0