ମୁଖ୍ୟ ଖବର
ତିଗିରିଆ : ମଦ୍ୟପ ପୁଅର ନୃଶଂସ କାଣ୍ଡ। ବାପାକୁ ଶିଳପୁଆ ଛେଚି ହତ୍ୟା କଲା ଜନ୍ମକଲା ପୁଅ। ଆଠଗଡ଼ ଥାନା ଅନ୍ତର୍ଗତ ବଡଭୂଇଁ ପଞ୍ଚାୟତ ଜାଗିଆପଡା ରଘୁନାଥପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁ ଲୋକେ ଅଭିଯୁକ୍ତ ପୁଅକୁ କାବୁ କରି ପୁଲିସ ଜିମା ଦେଇଛନ୍ତି।
ସୂଚନାନୁଯାୟୀ, ବଡଭୂଇଁ ପଞ୍ଚାୟତ ଜାଗିଆପଡା ରଘୁନାଥପୁର ଗ୍ରାମର ଭୂତି ନାଏକ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ। ବାପା ବିକଳ ନାଏକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଫଳରେ ଉତ୍ତ୍ୟକ୍ତ ହୋଇ ଭୂତି ନାଏକ ମଦ ନିଶାରେ ବିକଳଙ୍କୁ ଏକ ଶିଳପୁଆରେ ଛେଚି ହତ୍ୟା କରିଥିଲା। ଗ୍ରାମବାସୀ ଅଭିଯୁକ୍ତ ପୁଅକୁ କାବୁ କରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ। ଆଠଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପୁଅକୁ ଗିରଫ କରି ତଦନ୍ତ କରୁଛି।
Comments ସମସ୍ତ ମତାମତ 0