ମୁଖ୍ୟ ଖବର
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ। ଆୟ ବହି ମୁଖ୍ୟ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ସହ ଜଡିତ ୬ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ। ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁରରେ ଚାଲିଛି ରେଡ୍।
ଭୁବନେଶ୍ୱରର ବରମୁଣ୍ଡା ହାଉସିଂବୋର୍ଡ କଲୋନୀରେ ଥିବା ଏକ ତିନି ମହଲା କୋଠା, ଯାଜପୁରର ବଡଚଣା ଥାନା ଅନ୍ତର୍ଗତ କୋହ୍ଲାସିଂହରେ ଥିବା ପୈତୃକ ଘର, ଢେଙ୍କାନାଳର ଜୁବିଲି ଟାଉନ୍ ସ୍ଥିତ ଦେଉଳ ସାହିରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱରରେ ଥିବା ତାଙ୍କ କାର୍ଯ୍ୟାଳୟ, ଢେଙ୍କାନାଳର ଭାପୁରରେ ଥିବା ଏକ ଦୁଇ ମହଲା ଘର ଓ ଫାର୍ମ ହାଉସ୍, କଟକର ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୂଆବଜାରରେ ଥିବା ତାଙ୍କ ସହଯୋଗୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ।
ଏହି ଚଢାଉରେ ଜଣେ ASP, ୧୧ DSP, ୯ ଇନ୍ସିପେକ୍ଟର, ୮ ASI ସାମିଲ୍ ଅଛନ୍ତି। ପୁଳାପୁଳା ଟଙ୍କା, ଦାମୀ ଘଣ୍ଟା, ସୁନା ଅଳଙ୍କାର ଜବତ କରାଯାଇଛି।
Comments ସମସ୍ତ ମତାମତ 0