Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୧୦୩ ଲଢୁଆ ବିମାନ ଉଡ଼ାଇଲା ଚୀନ୍‌

    Share on :
    ajab-Image
    Date: Sep 18, 2023    Views: 3308

    ତାଇପେଇ: ତାଇୱାନ୍‌ ଚତୁଃପାର୍ଶ୍ବରେ ୧୦୦ରୁ ଅଧିକ ଚୀନା ଲଢୁଆ ବିମାନ ଓ ୯ଟି ନୌସେନା ଯୁଦ୍ଧପୋତ ଦେଖା ଯାଇଛି। ସେପ୍ଟେମ୍ବର ୧୭ ସକାଳୁ ୧୮ ତାରିଖ ସକାଳ ଭିତରେ ‘ପ୍ରତିରକ୍ଷା ମନ୍ତ୍ରାଳୟ’ ତାଇୱାନ୍‌ ପ୍ରଣାଳୀ ଓ ସେ ଅଞ୍ଚଳରେ ସମୁଦାୟ ୧୦୩ଟି ଚୀନା ଲଢୁଆ ବିମାନ ଚିହ୍ନଟ କରିଛି। ବେଜିଙ୍ଗ୍‌ର ନିରବଚ୍ଛିନ୍ନ ସାମରିକ ଉତ୍ପୀଡ଼ନ ଅନାୟାସରେ ଉତ୍ତେଜନା ସୃଷ୍ଟି କରି ଆଞ୍ଚଳିକ ନିରାପତ୍ତା ପରିସ୍ଥିତି ବିଗାଡ଼ି ଦେବ।

     ବେଜିଙ୍ଗ୍‌ ତାଇୱାନ୍‌କୁ ନିଜସ୍ବ ଅଞ୍ଚଳ ବୋଲି ଦାବି କରୁଛି ଓ ଦିନେ ନା ଦିନ‌େ ନିଜ ଅକ୍ତିଆରକୁ ନେବ ବୋଲି କହି ଆସୁଛି। ପ୍ରୟୋଜନ ହେଲେ ଏଥିପାଇଁ ବଳ ପ୍ରୟୋଗ କରିବାକୁ ବେଜିଙ୍ଗ୍‌ ପଛଘୁଞ୍ଚା ଦେବନାହିଁ ନାହିଁ ବୋଲି ମଧ୍ୟ ସୂଚନା ଦେଇଛି। ଏଥିପାଇଁ କିଛି ବର୍ଷ ହେବ ଚୀନ୍‌ ତାଇୱାନ୍‌ ଉପରେ କୂଟନୈତିକ ଓ ସାମରିକ ଚାପ ପକାଇ ଆସୁଛି।

    ଗତ ସପ୍ତାହରେ ମଧ୍ୟ ଚୀନ୍‌ ଯୁଦ୍ଧ ବିମାନ ଓ ପୋତ ଅନୁପ୍ରବେଶ ସଂଖ୍ୟା ବୃଦ୍ଧି ପାଇଥିଲା ବୋଲି ତାଇପେଇ ରିପୋର୍ଟ କରିଥିଲା। ବୁଧବାର ସକାଳୁ ଗୁରୁବାର ସକାଳ ମଧ୍ୟରେ ତାଇପେଇ ପ୍ରତିରକ୍ଷା ମନ୍ତ୍ରାଳୟ ୬୮ଟି ଚୀନା ଲଢୁଆ ବିମାନ ଓ ୧୦ଟି ଯୁଦ୍ଧପୋତ ଚିହ୍ନଟ କରିଥିବା କଥା କହିଥିଲା। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook