Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନାସାର ଆର୍ଟେମିସ୍-II ମିଶନ୍ ଲଞ୍ଚ୍

    Share on :
    ajab-Image
    Date: Apr 2, 2026    Views: 3203

    ନୂଆଦିଲ୍ଲୀ : ମହାକାଶ ବିଜ୍ଞାନ ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ଦୀର୍ଘ ୫୪ ବର୍ଷ ପରେ ପୁଣି ଚନ୍ଦ୍ର ଅଭିମୁଖେ ମଣିଷ। ​​​​​​​ନାସାର ବହୁ ପ୍ରତିକ୍ଷିତ​​​​​​​ ଆର୍ଟେମିସ୍-II ମିଶନ୍ ଲଞ୍ଚ୍। ଭାରତୀୟ ସମୟ ଅନୁସାରେ ଗୁରୁବାର ଭୋର୍ ୪ଟା ୫ରେ ଫ୍ଲୋରିଡାରୁ ସଫଳତାପୂର୍ବକ ଚନ୍ଦ୍ରକୁ ମାନବ ମିଶନ୍ ଲଞ୍ଚ୍ ହୋଇଛି। ଏହି ମିଶନରେ କ୍ରିଷ୍ଟିନା କୋଚ୍, ଭିକ୍ଟର ଗ୍ଲୋଭର, ରିଡ୍ ୱାଇଜମ୍ୟାନ୍ ଏବଂ ଜେରେମି ହାନସେନ୍ ସାମିଲ ଅଛନ୍ତି। ଏହି ମିଶନକୁ SLS ରକେଟ୍ ସାହାଯ୍ୟରେ ମହାକାଶକୁ ଉତକ୍ଷେପଣ କରାଯାଇଛି। ମହାକାଶଚାରୀମାନେ ୧୦ ଦିନିଆ ଯାତ୍ରାରେ ପୃଥିବୀରୁ ପ୍ରାୟ ୪.୦୬ କିଲୋମିଟର କିଲୋମିଟର ଦୂରତା ଅତିକ୍ରମ କରିବେ। ଆର୍ଟେମିସ୍-II ମିଶନରେ ମହାକାଶଚାରୀମାନେ ଚନ୍ଦ୍ର ନିକଟକୁ ଯିବେ, କିନ୍ତୁ ସେଠାରେ ଅବତରଣ କରିବେ ନାହିଁ। ଏହା ଏକ ପରୀକ୍ଷଣ ମିଶନ ଯାହା ଭବିଷ୍ୟତର ଚନ୍ଦ୍ର ମିଶନ ପାଇଁ ଆବଶ୍ୟକ ପ୍ରଯୁକ୍ତିବିଦ୍ୟା ଏବଂ କ୍ଷମତା ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସମ୍ପୂର୍ଣ୍ଣ ମିଶନ ପ୍ରାୟ ୧୦ ଦିନ ମଧ୍ୟରେ ସମାପ୍ତ ହେବ ଏବଂ ମହାକାଶଚାରୀମାନେ ଚନ୍ଦ୍ରକୁ ପରିକ୍ରମା କରି ସୁରକ୍ଷିତ ଭାବରେ ପୃଥିବୀକୁ ଫେରିଆସିବେ। ନାସା ସୋସିଆଲ ମିଡିଆରେ ପୋଷ୍ଟ କରି କହିଛି ଯେ, ଏହି ମିଶନ ଚନ୍ଦ୍ରରେ ଏବଂ ମଙ୍ଗଳ ଗ୍ରହରେ ମାନବ ବସତି ପାଇଁ ଏକ ପ୍ରମୁଖ ପଦକ୍ଷେପ ହେବ।
    ୨୦୨୨ ମସିହାରେ ମାନବରହିତ ଆର୍ଟେମିସ୍-୧ ମିଶନ୍ ଲଞ୍ଚ୍ ହୋଇଥିଲା। ଏହା ମାଧ୍ୟମରେ ରକେଟ୍ ଏବଂ ମହାକାଶଯାନ ପାଇଁ ମହାକାଶ ଏବଂ ଚନ୍ଦ୍ର ନିକଟବର୍ତ୍ତୀ ପରିସ୍ଥିତି ପରୀକ୍ଷା କରାଯାଇଥିଲା। ଆର୍ଟେମିସ୍-୨ ମାନବଯୁକ୍ତ ମିଶନ୍। 

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook