ମୁଖ୍ୟ ଖବର
ଦେଓଗାଁ: ନିଆଁରେ ଜଳିଗଲେ ମହିଳା ସ୍ୱାସ୍ଥ୍ୟ କର୍ମୀ। ଦେଓଗାଁ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ର ମହିଳା କର୍ମୀ ନିଆଁ ପୋଡି ଯାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତାଙ୍କ ସ୍ଵାମୀ ସାମାନ୍ୟ ଆହତ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ରାମଚନ୍ଦ୍ରପୁର ଗାଁରେ। ମିଳିଥିବା ସୂଚନା ଅନୁଯାୟୀ ଏହି ଗାଁ ର ସ୍ୱାସ୍ଥ୍ୟ ଉପକେନ୍ଦ୍ର ମହିଳା କର୍ମୀ ଜୟନ୍ତୀ ବାରିକ ଗତକାଲି ଶୋଇଥିବାବେଳେ କୌଣସି କାରଣ ବଶତଃ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ମହିଳା ସ୍ଵାସ୍ଥ୍ୟକର୍ମୀ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ତାଙ୍କ ସ୍ଵାମୀ ଉପେନ୍ଦ୍ର କାଲସାଏ ସାମାନ୍ୟ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି।
Comments ସମସ୍ତ ମତାମତ 0