Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶାର ୯ ଷ୍ଟେସନ ଦେଇ ଚାଲିବ ‘ଅମୃତ ଭାରତ’

    Share on :
    ajab-Image
    Date: Mar 11, 2026    Views: 4084

    ଭୁବନେଶ୍ୱର: ପୋତ୍ତନୁର ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ ଏକ ନୂତନ ଅମୃତ ଭାରତ ଟ୍ରେନ୍ ସେବା ଆରମ୍ଭ ହେବ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଏହା ଓଡ଼ିଶା-ତାମିଲନାଡୁ-ଝାଡ଼ଖଣ୍ଡ ମଧ୍ୟରେ ରେଳ ସେବାକୁ ସୁଦୃଢ଼ କରିବ ବୋଲି ଜଣାଇଛନ୍ତି। ଝାଡ଼ଖଣ୍ଡ ପହଞ୍ଚିବା ପୂର୍ବରୁ ଏହି ଟ୍ରେନ୍ ରାୟଗଡ଼ା, ମୁନିଗୁଡ଼ା, କେସିଙ୍ଗା, ଟିଟଲାଗଡ଼, ବଲାଙ୍ଗୀର, ବରଗଡ଼ ରୋଡ୍, ସମ୍ବଲପୁର, ଝାରସୁଗୁଡ଼ା ଏବଂ ରାଉରକେଲା ସମେତ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଦେଇ ଯିବ। ଏହି ଟ୍ରେନ୍ ସେବା ଫଳରେ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଯାତ୍ରୀ ଉପକୃତ ହେବେ।

    ତତ୍‌ସହିତ ଦକ୍ଷିଣ ଭାରତ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନକୁ ସହଜ ଯାତ୍ରାର ବିକଳ୍ପ ପ୍ରଦାନ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଦର୍ଶାଇଛନ୍ତି, ଏହା ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଉନ୍ନତ କରିବା ଏବଂ ରାଜ୍ୟବାସୀଙ୍କ ପାଇଁ ଉତ୍ତମ ପରିବହନ ସୁବିଧା ସୁନିଶ୍ଚିତ କରିବ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook