Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବୋମା ଖାଇ ଅସୁସ୍ଥ ମାଈ ହାତୀ ମୃତ

    Share on :
    ajab-Image
    Date: Mar 10, 2026    Views: 4170

    କାମାକ୍ଷାନଗର: ଢେଙ୍କାନାଳ ଜିଲା ଜିରାଳ ଫରେଷ୍ଟ ସେକ୍ସନ ପିପଳା ଗ୍ରାମ ବାସୁଆତଇଳା ନିକଟ ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଛି । ହାତୀଟି ବାରହା ପାଇଁ ଖଞ୍ଜା ଯାଇଥିବା ବୋମାଖାଇ ଅସୁସ୍ଥ ହୋଇଯାଇଥିଲା । ତାକୁ ପଶ୍ଚିମାଞ୍ଚଳ ରେଞ୍ଜ୍‌ ସୁନାଝରି ସଂରକ୍ଷିତ ଜଙ୍ଗଲରେ ଚିକିତ୍ସା କରାଯାଉଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ମାଈ ହାତୀ ପ୍ରାଣ ହରାଇଛି ।

    ମଙ୍ଗଳବାର ହାତୀଟିର ମୃତ୍ୟୁଦେହ ଠାବ କରାଯାଇଛି । ଅନେକ ସମୟରେ ଖଞ୍ଜା ଯାଇଥିବା ବୋମା ଖାଇ ହାତୀ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସୁଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଥିବା ବେଳେ ଏଭଳି କାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook