Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗୁଳି କରି ସ୍ତ୍ରୀକୁ ହତ୍ୟା

    Share on :
    ajab-Image
    Date: Mar 10, 2026    Views: 4055

    ଫିରିଙ୍ଗିଆ : ଗୁଳି କରି ସ୍ତ୍ରୀକୁ ହତ୍ୟା କଲେ ଯୁବକ। ଫିରିଙ୍ଗିଆ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁଳି ମାଡ଼ରେ ଅନ୍ୟ ଜଣେ ଗ୍ରାମବାସୀ ମଧ୍ୟ ଗୁରୁତର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି। 

    ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଗୋଚ୍ଛାପଡା ଥାନା କଟାପାଙ୍ଗା ଗ୍ରାମର ନରୋତ୍ତମ ବେହେରା ଓ ତାଙ୍କ ସ୍ତ୍ରୀ ସୁଚିତ୍ରା କୌଣସି କାମରେ ଫିରିଙ୍ଗିଆ ଯାଉଥିଲେ। ସକାଳ ପ୍ରାୟ ୯ଟା ବେଳେ ବଗାରିମୁଣ୍ଡା ଛକ ନିକଟରେ କ୍ରାଣ୍ଡିବାଲି ପଞ୍ଚାୟତ ସରୁପଡା ଗ୍ରାମର ବିରଞ୍ଚି ବେହେରା ପଛରୁ ଆସି ଏକ ଦେଶୀ ବନ୍ଧୁକରେ ନରୋତ୍ତମଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ତାଙ୍କର ଗୋଡ, ଜଙ୍ଘ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ଏହାପରେ ବିରଞ୍ଚି ନିଜ ଘରକୁ ଯାଇ ସ୍ତ୍ରୀ ଲିଲି ବେହେରାଙ୍କୁ ଗୁଳି କରିଥିଲେ। ଫଳରେ ଘଟଣା ସ୍ଥଳରେ ଲିଲିଙ୍କ ମୃତ୍ୟୁ ହୋଇ ଯାଇଥିଲା। ନରୋତ୍ତମ ବର୍ତ୍ତମାନ ଗୋଚ୍ଛାପଡା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ନରୋତ୍ତମଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଛି। ଏପଟେ ବିରଞ୍ଚିଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ଅଧିକାରୀ ସଞ୍ଜିତ ବେହେରା ସୂଚନା ଦେଇଛନ୍ତି। 

    ଟଙ୍କା ଦେଣନେଣକୁ ନେଇ ବିରଞ୍ଚି ଓ ନରୋତ୍ତମଙ୍କ ମଧ୍ୟରେ ପୂର୍ବରୁ ମନାନ୍ତର ରହିଥିବା କୁହାଯାଉଛି। ତେବେ ସ୍ତ୍ରୀଙ୍କୁ ସେ କାହିଁକି ହତ୍ୟା କଲେ ସେ ସମ୍ପର୍କରେ କିଛି ଜଣା ପଡିନାହିଁ। ଗୋଚ୍ଛାପଡା ପୁଲିସ ତଦନ୍ତ ଜାରି ରଖିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook