Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା

    Share on :
    ajab-Image
    Date: Mar 9, 2026    Views: 3927

    ଭଦ୍ରକ: ମେଳନ ଚାଲୁଥିବା ବେଳେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଭୁଜାଲିରେ ହାଣି ହତ୍ୟା କରାଯାଇଛି । ଭଦ୍ରକ ଟାଉନ ଥାନା ଚରମ୍ପା ଗୁଣ୍ଠୁଣିଆରେ ରବିବାର ରାତିରେ ଘଟିଛି ଏହି ହତ୍ୟାକାଣ୍ଡ ।ରବିବାର ରାତିରେ ସେଠାରେ ମେଳନ ଚାଲୁଥିବା ବେଳେ ରାତି ପ୍ରାୟ ୧୧ ଟା ପରେ କିଛି ଦୂରରେ ଚରମ୍ପା ବରାଳପୋଖରୀ ଗ୍ରାମର ସି କୁମାର ସ୍ୱାମୀ ନାମକ ଯୁବକଙ୍କ ସହ ଅନ୍ୟ କିଛି ଯୁବକଙ୍କ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କୁମାର ସ୍ୱାମୀଙ୍କୁ ଭୁଜାଲିରେ ହାଣିଥିଲେ ।

    ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଟାଉନ ପୋଲିସ ୩ ଜଣକୁ ଅଟକ ରଖିଛି । ସୋମବାର ସକାଳେ ଭଦ୍ରକ ଏସପି ମନୋଜ ରାଉତ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଖୁବ ଶୀଘ୍ର ସମସ୍ତ ଆସାମୀମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି । ତେବେ ମୃତ କୁମାର ସ୍ୱାମୀ ଜଣେ ଯୁବ କ୍ରିକେଟର ହୋଇଥିବା ବେଳେ ୧୬ ବର୍ଷ ଓ ୧୯ ବର୍ଷରୁ କମ କ୍ରିକେଟ ଖେଳିଛନ୍ତି । ତାଙ୍କ ବାପାଙ୍କ କହିବା ମୁତାବକ ରାତିରେ କୁମାର ଘରେ ଟି ଟ୍ୱାଣ୍ଟି କ୍ରିକେଟ ଫାଇନାଲ ମ୍ୟାଚ ଦେଖୁଥିଲେ । ତାଙ୍କର ଜଣେ ସାଙ୍ଗ ଫୋନ କରି ଡାକିବାରୁ ସେ ଘରୁ ଯାଇଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook