Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୪ ସପ୍ତାହ ପାଇଁ ବନ୍ଦ ରହିବ ଟିଭି ଚ୍ୟାନେଲର ଟିଆରପି ରିପୋର୍ଟିଂ

    Share on :
    ajab-Image
    Date: Mar 7, 2026    Views: 4061

    ନୂଆଦିଲ୍ଲୀ : ୪ ସପ୍ତାହ ପାଇଁ ବନ୍ଦ ରହିବ ଟିଭି ଚ୍ୟାନେଲ ଗୁଡ଼ିକର ଟିଆରପି ରିପୋର୍ଟିଂ। ବାର୍କ (ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ)କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର। ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା ଏକମାସ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ୟ୍ୟନ୍ତ ଟିଆରପି ରିପୋର୍ଟିଂ ବନ୍ଦ ରହିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

    ଇସ୍ରାଏଲ-ଇରାନ ଯୁଦ୍ଧକୁ ନେଇ କିଛି ଟେଲିଭିଜନ ନ୍ୟୁଜ ଚ୍ୟାନେଲ ପକ୍ଷରୁ ଅତିରଞ୍ଜିତ ଓ ମନଗଢ଼ା ବିଷୟବସ୍ତୁ ପ୍ରସାରଣ କରାଯାଉଛି । ଏଭଳି ଖବର ପ୍ରସାରଣ ଦ୍ୱାରା ସାଧାରଣ ଲୋକେ ବିଶେଷକରି ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକଙ୍କ ପରିବାର ସଦସ୍ୟମାନେ ଭୟ ଓ ଆତଙ୍କିତ ହୋଇପଡୁଛନ୍ତି । ମନ୍ତ୍ରଣାଳୟ ଭାରତରେ ଟେଲିଭିଜନ ରେଟିଂ ଏଜେନ୍ସିର ପଲିସି ଗାଇଡଲାଇନ୍ସର ଧାରା ୨୪.୨ର ଉଦାହରଣ ଦେଇଛି । ସେହି ଧାରାରେ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଉଥିବା ମାର୍ଗଦର୍ଶିକା, ଆଦେଶ, ନିୟମ ଓ ନିର୍ଦ୍ଦେଶକୁ ରେଟିଂ ଏଜେନ୍ସି ମାନିବାକୁ ପଡିବ।

    ଅଧିକାରୀଙ୍କ ଅନୁଯାୟୀ, ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ମଧ୍ୟରେ ଟିଆରପି ରେଟିଂ ପାଇଁ ପ୍ରତିଯୋଗିତା ଚାଲିଛି। ଏଥିପାଇଁ ସେମାନେ ଅତ୍ୟନ୍ତ ସମ୍ଵେଦନଶୀଳ ଭୂରାଜନୈତିକ ପରିସ୍ଥିତିକୁ ମଧ୍ୟ ଅତିରଞ୍ଜିତ କରି ପ୍ରଦର୍ଶନ କରୁଛନ୍ତି। ଏହି ପ୍ରତିଯୋଗିତାକୁ ବନ୍ଦ କରିବାକୁ ସରକାର ଏଭଳି କଠୋର ପଦକ୍ଷେପ ନେଇଛନ୍ତି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook