Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଳେନ୍ଦ୍ର ଶାହା ନେପାଳ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

    Share on :
    ajab-Image
    Date: Mar 7, 2026    Views: 3856

    କାଠମାଣ୍ଡୁ: ନେପାଳ ପାର୍ଲାମେଣ୍ଟ ପାଇଁ ହୋଇଥିବା ନିର୍ବାଚନ ଫଳ ଶୁକ୍ରବାର ପ୍ରକାଶ ପାଇଛି। ପ୍ରକାଶିତ ଫଳ ଅନୁଯାୟୀ ବଳେନ୍ଦ୍ର ଶାହାଙ୍କ ନେତୃତ୍ବାଧୀନ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (ଆରଏସ୍‌ପି) ସଂଖ୍ୟାଗରିଷ୍ଠତା ଦଳ ଭାବେ ଉଭା ହୋଇଛି। ପାର୍ଲାମେଣ୍ଟର ୧୬୫ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବାବେଳେ ଆରଏସ୍‌ପି ୧୧୪ଟି ଆସନରେ ବିଜୟୀ ଓ ଆଗୁଆ ରହିଛି। ଏହି ନିର୍ବାଚନରେ ବଳେନ୍ଦ୍ର ଶାହାଙ୍କୁ ଆରଏସ୍‌ପି ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରାଯାଇଥିଲା। ବଳେନ୍ଦ୍ର ଝାପା-୫ ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଭୋଟ ଗଣତି ପ୍ରକ୍ରିୟା ଜାରି ରହିଥିବାବେଳେ ବଳେନ୍ଦ୍ର ଏହି ଆସନରେ ୧୧,୯୪୫ଟି ଭୋଟରେ ଆଗୁଆ ରହିଛନ୍ତି।

    ବଳେନ୍ଦ୍ରଙ୍କ ବିରୋଧରେ କେପି ଶର୍ମା ଓଲି ପ୍ରାର୍ଥୀ ହୋଇଥିଲେ। ବଳେନ୍ଦ୍ର ହେଉଛନ୍ତି କାଠମାଣ୍ଡୁର ପୂର୍ବତନ ମେୟର। ନେପାଳ ପାର୍ଲାମେଣ୍ଟର ମୋଟ ୨୭୫ ଆସନ ମଧ୍ୟରୁ ୧୬୫ଟି ପାଇଁ ଭୋଟଗ୍ରହଣ ହୋଇଛି। ଅବଶିଷ୍ଟ ୧୧୦ ଆସନ ପାଇଁ ପ୍ରୋପର୍ସନାଲ ରିପ୍ରେଜେଣ୍ଟେସନ ପଦ୍ଧତି ଗ୍ରହଣ କରାଯାଉଥିବାବେଳେ ଏଥିରେ ୩୧୩୫ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବା ଜଣାପଡିଛି। ଗତବର୍ଷ ନେପାଳରେ ଜେନ୍‌ ଜେଡ୍‌ ବିକ୍ଷୋଭ ପ୍ରଦର୍ଶିତ ହୋଇଥିବାବେଳେ କେପି ଶର୍ମା ଓଲିଙ୍କ ସରକାରର ପତନ ଘଟିଥିଲା। ନେପାଳ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook