Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସିଏମଙ୍କ ବାସଭବନରେ ବିଧାୟକ ଓ ମନ୍ତ୍ରୀ

    Share on :
    ajab-Image
    Date: Mar 2, 2026    Views: 3446

    ଭୁନେବଶ୍ବର: ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ । ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରି ସାରିଛି । ତୃତୀୟ ପ୍ରାର୍ଥୀ ପାଇଁ ସଂତୃପ୍ତ ଦାସ ଏବଂ ଚତୁର୍ଥ ପ୍ରାର୍ଥୀ ପାଇଁ କମନ୍ କ୍ୟାଣ୍ଡିଡେଟ୍ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାଁ ଘୋଷଣା କରିଛି । ହେଲେ ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀଙ୍କ ଘୋଷଣା ରେସରେ ପଛରେ ପଡ଼ି ଯାଇଛି ଭାରତୀୟ ଜନତା ପାର୍ଟି । ପ୍ରଥମ ଏବଂ ଦ୍ବିତୀୟ ଆସନ ପାଇଁ ପ୍ରାର୍ଥୀ ଦେବ ବିଜେପି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାୟକ ଦଳ ବୈଠକ ଡାକିଛନ୍ତି । ତୁରନ୍ତ ସିଏମଙ୍କ ବାସଭବନରେ ପହଞ୍ଚିବାକୁ ସମସ୍ତ ବିଧାୟକଙ୍କୁ କୁହାଯାଇଛି । ଏଥିରେ ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା ହୋଇପାରେ ବୋଲି କୁହାଯାଉଛି ।      

    ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜଣଙ୍କ ପରେ ଜଣେ ମନ୍ତ୍ରୀ ଓ ବିଧାୟକ ବାସଭାବନରେ ପହଞ୍ଚୁଛନ୍ତି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ପରିବହନ ମନ୍ତ୍ରୀ ବିଭୁତି ଜେନା, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଛବି ମଲ୍ଲିକ, ଅଶୋକ ମହାନ୍ତି, ଜଲେନ୍ ନାୟକ, କେ ଅନୀଲ କୁମାର, ସିମାରାଣୀ ନାୟକ, ରଘୁନାଥ ଜଗଦଲ୍ଲା, ଆଶ୍ରିତ ପଟ୍ଟନାୟକ, ଫକୀର ନାୟକ, ଜୟ ଢୋଲକିଆ, ବିଜୟ ଦଳ ବେହେରା, ବିଭୂତି ପ୍ରଧାନ, ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଦାସ ପ୍ରମୁଖ ପହଞ୍ଚିଛନ୍ତି । ରାଜ୍ୟସଭା ନେଇ ଆଲୋଚନା ପରେ ପ୍ରାର୍ଥୀ ଘୋଷଣା ହୋଇପାରେ ବୋଲି କୁହାଯାଉଛି ।

    Maximum 500 characters

    ତାଜା ଖବର View all

    Find Us on Facebook