Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମାଟ୍ରିକ୍ ରେଜଲ୍ଟ: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ

    Share on :
    ajab-Image
    Date: Mar 2, 2026    Views: 3425

    ଭୁବନେଶ୍ବର,: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ମୋଟ୍ ୫୫ କେନ୍ଦ୍ରରେ ୧୫ ହଜାର ନୀରିକ୍ଷକ ନିୟୋଜିତ ହେବେ ।ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ କହିବା ଅନୁସାରେ, OMR ଖାତା ଦେଖା ଆରମ୍ଭ ହୋଇ ସାରିଲାଣି । ଆସନ୍ତା ୧୯ରୁ ସବଜେକ୍‌ଟିଭ୍ ଖାତା ଦେଖା ଆରମ୍ଭ ହେବ । କହିରଖୁଛୁ କି, ଫେବୃଆରୀ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ପ୍ରାୟ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ମୋଟ ୩ ହଜାର ୮୨ଟି ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଥିଲା । ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଲାଗି ଅତିରିକ୍ତ ୫୦ ମିନିଟ ସମୟ ଦିଆଯାଇଥିଲା। ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା ହୋଇଥିଲା । ପରୀକ୍ଷା ପରିଚାଳନା ତଦାରଖ ପାଇଁ ଚତୁଃସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା କରାଯାଇଥିଲା। ଚଳିତବର୍ଷ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ପରୀକ୍ଷା କେନ୍ଦ୍ର ସମେତ ନୋଡାଲ ସେଣ୍ଟରରେ ଲାଇଭଷ୍ଟ୍ରିମିଂ ବ୍ୟବସ୍ଥା ହୋଇଥିଲା ।

     

    Maximum 500 characters

    ତାଜା ଖବର View all

    Find Us on Facebook