Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ

    Share on :
    ajab-Image
    Date: Mar 2, 2026    Views: 3247

    ସମ୍ବଲପୁର: ସମ୍ବଲପୁର କୋର୍ଟକୁ ବୋମା ଉଡ଼ାଇଦେବାକୁ ଆସିଲା ଧମକ। ଆତ୍ମଘାତି ବୋମା ବିସ୍ଫୋରଣ ନେଇ କୋର୍ଟ ପରିସରରେ ଖେଳିଗଲା ଆତଙ୍କ। କୋର୍ଟ କର୍ମଚାରୀ ଓ ଓକିଲମାନେ ବାହାରକୁ ଚାଲି ଆସିଥିଲେ ।ଏନେଇ ସ୍ଥାନୀୟ ପୁଲିସ ଖବର ପହଞ୍ଚିବା ଆରମ୍ଭ ହୋଇଥିଲା ତନାଘନା। ପୁରା କୋର୍ଟ ପରିସରେ ସୁରକ୍ଷାବାହିନୀ ଏବଂ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବୋମା ନିଷ୍କ୍ରିୟ ଟିମ୍, ଡଗ୍ ସ୍କ୍ବାଡ୍‌ର ତନତନ ଯାଞ୍ଚ ଚଳାଇଛନ୍ତି। ତେବେ କିଏ ଓ କାହିଁକି ବୋମା ଧମକ ଦେଲା ତାହାର ସ୍ପଷ୍ଟ ସୂଚନା ମିଳିପାରିନାହିଁ।
    ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ସମ୍ବଲପୁର କୋର୍ଟକୁ ଆସିଥିଲା ବୋମା ଧମକ । ପୂର୍ବରୁ ମଧ୍ୟ ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିଥିଲା । ଆଉ ଏବେ ପୁଣି ଥରେ ସେହିଭଳି ଭାବରେ ଆସିଛି ଧମକ । ତେବେ ଧମକ ପରେ ଜିଲ୍ଲା ପ୍ରଶାସନ ପୁରା ଆକ୍ସନ ମୋଡ୍କୁ ଆସିଛି । ତୁରନ୍ତ ଜିଲ୍ଲା ପୋଲିସ, ବମ୍ ସ୍କ୍ୱାର୍ଡ, ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି । ଏପରିକି ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ତନତନ କରି ଯାଞ୍ଚ କରୁଛନ୍ତି ।
    ସୂଚନା ଯୋଗ୍ୟ ଯେ, ଗତ ଜାନୁଆରୀ ୮ ତାରିଖ ଦିନ ଓଡ଼ିଶା ହାଇକୋର୍ଟ ସମେତ କଟକ ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା । ଯେଉଁଥିରେ କୋର୍ଟ ପରିସରରେ ଆତ୍ମଘାତି ବୋମା ବିସ୍ଫୋରଣ ହେବ ବୋଲି ଉଲ୍ଲେଖ ଥିଲା । ସେହିପରି ଫେବ୍ରୁଆରୀ ୬ ତାରିଖରେ କଟକ ଜିଲ୍ଲା କୋର୍ଟ ସହିତ ପୁରୀ, ଫୁଲବାଣୀ, ସମ୍ବଲପୁର ଓ ଯାଜପୁର ଜିଲ୍ଲା କୋର୍ଟକୁ ଏଭଳି ମେଲ୍ ଆସିଥିଲା । ଏହି ଧମକ ମିଛ ଥିଲା ବୋଲି ପରେ ଜଣାପଡ଼ିଲା । ତେବେ ଗତ ଜାନୁଆରୀ ୮ ତାରିଖରୁ ଏଭଳି ମେଲ୍ ବିଷୟରେ ଖୋଳତାଡ଼ ଆରମ୍ଭ ହୋଇଥିଲା । କଟକ ପୁଲିସ ସହିତ ଅନ୍ୟ ଜିଲ୍ଲା ପୁଲିସ ରାଜ୍ୟ କ୍ରାଇମବ୍ରାଞ୍ଚ ସହଯୋଗରେ ମେଲ୍ କେଉଁଠୁ ଆସିଛି ତାହା ଜାଣିବାକୁ ଉଦ୍ୟମ କରୁଥିଲେ । ଏଥିରେ କ୍ରାଇମବ୍ରାଞ୍ଚ ନୋଡାଲ୍ ଏଜେନ୍ସି ଭାବେ ଦେଶର ସର୍ବୋଚ୍ଚ ସାଇବର ଅପରାଧ ତଦନ୍ତକାରୀ ସଂସ୍ଥା ‘ଇଣ୍ଡିଆନ୍ ସାଇବର୍ କ୍ରାଇମ୍ କୋ’ର୍ଡିନେସନ୍ ସେଣ୍ଟର୍’ ସହିତ ସମନ୍ୱୟ ରଖି ତଦନ୍ତ ଆରମ୍ଭ କରିଥିଲା ।

    Maximum 500 characters

    ତାଜା ଖବର View all

    Find Us on Facebook