Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କାର୍ ଦୁର୍ଘଟଣାଗ୍ରସ୍ତ: ଯୁବକ ମୃତ

    Share on :
    ajab-Image
    Date: Mar 2, 2026    Views: 3025

    କରଞ୍ଜିଆ: ୨୨୦ ନମ୍ବର ଜାତୀୟ ରାଜପଥର ଗିଧିବାସ ଛକ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଚାରିଜଣ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁସାରେ ସମସ୍ତେ କରଞ୍ଜିଆରୁ ଦୋଳ ମେଲଣ ଦେଖି ଯଶିପୁର ଫେରୁଥିବା ସମୟରେ ଏହି ଅଭାବନୀୟ ଦୁର୍ଘଟଣା ଘଟିଥିଲା। କାର୍‌ରେ ଥିବା ସମସ୍ତେ ଯଶିପୁର ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ଯଶିପୁର ଥାନା ଭଣ୍ଡାରୀପୋଷି ଗ୍ରାମର ସରୋଜ ମୁଖୀ ଓ ଗୁରୁତରମାନେ ହେଲେ ସାଗର ବେହେରା, ସୁଶାନ୍ତ ବେହେରା, ଦେବେନ୍ଦ୍ର ବେହେରା । 
    ଆହତ ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ କଟକ ବଡ଼ ମେଡିକାଲ, ଜଣେ କେନ୍ଦୁଝର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଦୁଇ ଜଣ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣା ସ୍ଥଳରେ ଯଶିପୁର ପୁଲିସ ତଦନ୍ତ ଜାରି ରଖିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook