Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏଚ୍‌ପିଭି ଟିକା ପାଇଁ ୟୁୱିନ୍ ପୋର୍ଟାଲରେ ପଞ୍ଜୀକରଣ

    Share on :
    ajab-Image
    Date: Mar 2, 2026    Views: 2940

    ଭୁବନେଶ୍ୱର: ରାଜ୍ୟରେ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚ୍‌ପିଭି) ଟିକାକରଣ କାର୍ୟ୍ୟକ୍ରମ ଜୋରଦାର କରାଯିବ । ଯେଉଁମାନେ ଟିକା ନେବାକୁ ଚାହିଁବେ ସେମାନେ ଅଧାର କାର୍ଡ ସହିତ ବୟସ ପ୍ରମାଣପତ୍ର ନେଇ ୟୁୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବେ । ଏହାପରେ ଟିକା ନେଇପାରିବେ । ୧୪ରୁ ୧୫ ବର୍ଷର କିଶୋରୀ ବା ସେମାନଙ୍କ ଅଭିଭାବକ ନିଜ ମୋବାଇଲ୍‌ରେ ୟୁୱିନ୍ ପୋର୍ଟାଲକୁ ଯାଇ ସେଠାରେ ଆଧାରକାର୍ଡ ଓ ବୟସ ପ୍ରମାଣପତ୍ର ଅପଲୋଡ୍ କରିଲା ପରେ ଏକ ଓଟିପି ଆସିବ । ପଞ୍ଜୀକରଣ ପରେ ଟିକା ନେବାକୁ ଯାଇହେବ । ଏହାବ୍ୟତୀତ ଡାକ୍ତରଖାନାକୁ ଯାଇ ସେଠାରେ ମଧ୍ୟ ପଞ୍ଜୀକରଣ କରି ଟିକା ନେଇହେବ ।

    ଆଜିଠାରୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, କମ୍ୟୁନିଟି ହେଲ୍ଥ ସେଣ୍ଟର, ଉଚ୍ଚ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚ୍‌ପିଭି ଟିକା ପ୍ରଦାନ କରାଯିବ । ରବିବାର ରାଜ୍ୟରେ ୬୪୭ ଜଣ କିଶୋରୀ ଏଚ୍‌ପିଭି ଟିକା ନେଇଛନ୍ତି । ଜରାୟୁ କର୍କଟରୁ ସୁରକ୍ଷା ଦେବାକୁ ଏଚ୍‌ପିଭି ଟିକା ପ୍ରଦାନ କରାଯାଉଛି । ଓଡ଼ିଶାରେ ପ୍ରଥମ ଦଫାରେ ୩ ମାସ ଭିତରେ କେବଳ ୧୪ରୁ ୧୫ ବର୍ଷ ବୟସ ମଧ୍ୟରେ ପ୍ରାୟ ୩.୩୬ ଲକ୍ଷ କିଶୋରୀଙ୍କୁ ଟିକା ଦିଆଯିବ । ଏହି ୩ ମାସ ପରେ ଅନ୍ୟ ବୟସର କିଶୋରୀ ଓ ମହିଳାଙ୍କୁ ଟିକା ପ୍ରଦାନ ପାଇଁ ଯୋଜନା ରହିଛି ।

    Maximum 500 characters

    ତାଜା ଖବର View all

    Find Us on Facebook