Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଗଛରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

    Share on :
    ajab-Image
    Date: Mar 2, 2026    Views: 3190

    ପାଟଣା: ଘର ପଛପଟ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । କେନ୍ଦୁଝର ଜିଲା ପାଟଣା ଥାନା ଫୁଲ୍ ପାହାଡି ଗ୍ରାମର ଗୋପିନାଥ ମୁଣ୍ଡାଙ୍କ ପୁଅ ରାଜେଶ ମୁଣ୍ଡା (୧୬) ଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ସୋମବାର ଘର ପଛ ପଟ ଏକ ଗଛରୁ ଉଦ୍ଧାର କରିଛି ।

    ରବିବାର ଅପରାହ୍ନରୁ ନିଖୋଜ ଥିବା ରାଜେଶର ଝୁଲାନ୍ତ ମୃତଦେହ ହୁଡ଼ିର ଏକ ଗଛରେ ଦେଖି ଗୋପିନାଥ ପାଟଣା ପୋଲିସକୁ ସୂଚନା ଦେଇଥିଲେ। ଗୋପୀ ନାଥ ପୁଅକୁ କିଏ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପାରିପାର୍ଶ୍ବିକ ସ୍ଥିତି ଓ କଲ ରେକର୍ଡକୁ ଆଧାର କରି ଆମେ ତଦନ୍ତ ଆରମ୍ଭ କରିଛୁ ବୋଲି ଏଏସଆଇ ଗୌର ହରି ଗର୍ଦିଆ କହିଛନ୍ତି । ସୋମବାର ପାଟଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

    Maximum 500 characters

    ତାଜା ଖବର View all

    Find Us on Facebook