Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହର୍ମୁଜ୍‌ ପ୍ରଣାଳୀ ସ୍ଥିତି ଗୁରୁତର

    Share on :
    ajab-Image
    Date: Mar 2, 2026    Views: 2914

    ତେହେରାନ:ଯୁଦ୍ଧ ଯୋଗୁଁ ହର୍ମୁଜ ପ୍ରଣାଳୀର ସ୍ଥିତି ଅତ୍ୟନ୍ତ ଗୁରୁତର ହୋଇପଡ଼ିଛି। ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ଯୁଦ୍ଧ ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଏକପ୍ରକାର ବନ୍ଦ ହେବା ପରିସ୍ଥିତିକୁ ଚାଲିଆସିଛି। ଇରାନ ସରକାର ଆନୁଷ୍ଠାନିକ ଭାବେ ହର୍ମୁଜ ପ୍ରଣାଳୀ ବନ୍ଦ କରିବା ନେଇ ଘୋଷଣା କରିନାହାଁନ୍ତି, କିନ୍ତୁ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ପକ୍ଷରୁ ବିମାନ ଓ ଜାହାଜଗୁଡ଼ିକୁ ଚେତାବନୀ ଦିଆଯାଇଛି ଯେ ଏହି ପଥରେ ଯିବା ସୁରକ୍ଷିତ ନୁହେଁ। ସମୁଦ୍ରରେ ଯାଉଥିବା ଜାହାଜଗୁଡ଼ିକୁ ଇରାନ ନୌସେନା ପକ୍ଷରୁ ରେଡିଓ ବାର୍ତ୍ତା ଦିଆଯାଇଛି ଯେ, “କୌଣସି ଜାହାଜକୁ ଏହି ପ୍ରଣାଳୀ ଦେଇ ଯିବାକୁ ଅନୁମତି ଦିଆଯିବ ନାହିଁ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook