ମୁଖ୍ୟ ଖବର
କଟକ :କଟକ ମଧୁପାଟଣା ଅଞ୍ଚଳରେ ରାସ୍ତା କଡରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରୁ ମୃତଦେହ ନିକଟରୁ ବାଇକ ଓ ମୋବାଇଲ ଜବତ ହୋଇଛି । ମୃତ ଯୁବକଙ୍କ ଘର ଜଗତସିଂହପୁର ଜିଲ୍ଲାରେ ହୋଇଥିବାବେଳେ ସେ କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ରହୁଥିଲେ। ଆଜି ସକାଳୁ ତାଙ୍କ ରକ୍ତାକ୍ତ ମୃତଦେହ ରାସ୍ତା କଡରେ ପଡିଥିବା ଦେଖି ସ୍ଥାନୀୟ ଲୋକ ମଧୁପାଟଣା ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ଏହା ଦୁର୍ଘଟଣା ନା ହତ୍ୟା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ପୁଲିସ୍ ଅଧିକ ଛାନଭିନ୍ ଜାରି ରଖିଛି।
Comments ସମସ୍ତ ମତାମତ 0