ମୁଖ୍ୟ ଖବର
ଭୁବନେଶ୍ୱର: ବିଜେଡିରୁ ଶନିବାର ବହିଷ୍କୃତ ହୋଇଥିବା ପ୍ରଭାତ ବିଶ୍ୱାଳ ରବିବାର ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ଦେବାଶିଷଙ୍କ ପାଇଁ ମୁଁ ଲାଲ ପିନ୍ଧୁଛି ବୋଲି ପ୍ରଭାତ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ମୁଁ କ’ଣ ଲୋକେ ଜାଣନ୍ତି ଓ ଦେବାଶିଷ ବାବୁଙ୍କୁ ବି ଲୋକେ ଜାଣନ୍ତି । ନିଜର ବେପାର କରିବାକୁ ଦେବାଶିଷ ବିଜୁ ଜନତା ଦଳରେ ମିଶିଛନ୍ତି । ଚିଟଫଣ୍ଡ ଦୁର୍ନୀତିରେ ଦେବାଶିଷଙ୍କ ହାତ ରହିଛି । ଗୁଣ୍ଡା ହୋଇ ସେ ଚାନ୍ଦା ଆଦାୟରେ ଲାଗିପଡ଼ିଛନ୍ତି । ବେଳେବେଳେ ସେ କ’ଣ କୁହନ୍ତି ସେ ନିଜେ ଜାଣିପାରନ୍ତି ନାହିଁ । ମୋ ବିରୋଧରେ ଚିଟଫଣ୍ଡ ଅଭିଯୋଗ କଲେ । ହେଲେ ସିବିଆଇ କିଛି ପାଇଲା ନାହିଁ । ଦଳ ପାଇଁ ଭଲ କାମ କରି ବହିଷ୍କୃତ ହେଲି । ନବୀନ ବାବୁ ଜଣେ ଭଲ ମଣିଷ ।କିନ୍ତୁ ପ୍ୟାରିବାବୁ ଓ ପାଣ୍ଡିଆନଙ୍କ ଉପରେ ନିର୍ଭରଶୀଳ ଥିଲେ । ସଂତୃପ୍ତ ମିଶ୍ରଙ୍କ ସହ ମୋର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । ଦେବାଶିଷଙ୍କ ଚରିତ୍ର ସମସ୍ତେ ଜାଣନ୍ତି, ଭାଇବୋହୂ ଅଧିକ କହିବେ । କୌଣସି ଉଦେ୍ଧଶ୍ୟ ରଖି ମୁଁ କିଛି କହିନାହିଁ ।
ପ୍ରକାଶ ଯେ ଶନିବାର ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପ୍ରଭାତ ବିଶ୍ୱାଳ ବିଷୋଦଗାର କରିଥିଲେ । ପରେ ଦେବାଶିଷ ସାମନ୍ତରାୟ ତାଙ୍କୁ ସମାଲୋଚନା କରିଥିଲେ । ସେ କହିଥିଲେ ନବୀନ ବାବୁଙ୍କୁ ପ୍ରଶ୍ନ ପଚାରିବାକୁ ସେ କିଏ? ଡା. ଦତ୍ତେଶ୍ବର ହୋତା ୪ର୍ଥ ପ୍ରାର୍ଥୀ। ଏହା ଏକ ମାଷ୍ଟର ଷ୍ଟ୍ରୋକ୍। ନବୀନ ବାବୁ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି। ସମସ୍ତେ ସମର୍ଥନ କରିବେ। ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ସମସ୍ତେ କଟକ ଲୋକ। କଟକ ଲୋକଙ୍କୁ ବିରୋଧ କରି ପ୍ରଭାତ ତାଙ୍କ ସ୍ୱଭାବ ଦେଖାଇଛନ୍ତି। ସେ ନବୀନ ବାବୁଙ୍କ ଗାଡ଼ି କାଚ ଭାଙ୍ଗିଥିଲେ। ମିଡ୍ ନାଇଟ୍ ଅପରେସନରେ ଥିଲେ। ଏସବୁ ସତ୍ତ୍ବେ ନବୀନ ବାବୁ ତାଙ୍କ ପୁଅକୁ ୨ ଥର ଟିକେଟ୍ ଦେଇଛନ୍ତି। ତେଣୁ ମୋ ମତରେ ସେ ଜଣେ ଅକୃତଜ୍ଞ ଲୋକ।
Comments ସମସ୍ତ ମତାମତ 0