Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବୋତ୍ସଓ୍ବାନାରୁ ଆସିଲେ ୯ ଚିତା

    Share on :
    ajab-Image
    Date: Mar 1, 2026    Views: 3150

    ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କକୁ ଶନିବାର ଆଉ ୯ଟି ଚିତା ଅଣାଯାଇଛି । ଦକ୍ଷିଣ ଆଫ୍ରିକୀୟ ଦେଶ ବୋତ୍ସୱାନାରୁ ୬ଟି ମାଈ ଏବଂ ୩ଟି ଅଣ୍ଡିରା ଚିତାକୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପ୍ରଥମେ ଗ୍ୱାଲିଅର ଅଣାଯାଇଥିଲା । ପରେ ହେଲିକପ୍ଟର ଜରିଆରେ କୁନୋ ନ୍ୟାସନାଲ ପାର୍କରେ ପହଞ୍ଚା ଯାଇଥିଲା । ସମସ୍ତ ୯ ଚିତାକୁ ଆଗାମୀ ମାସେ ଯାଏ ବିଶେଷ କ୍ୱାରେଣ୍ଟାଇନ୍ ୱାର୍ଡରେ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ଅନୁଧ୍ୟାନରେ ରଖାଯିବ ।୩ଟି ଭିନ୍ନ ଭିନ୍ନ ଦେଶର ଚିତା ଏକାଠି ରହିବା ଏହି ପ୍ରକଳ୍ପର ଦୀର୍ଘମିଆଦୀ ସଫଳତା ଲାଗି ନିର୍ଣ୍ଣାୟକ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ଏଥିସହ କୁନୋରେ ଏବେ ଚିତା ସଂଖ୍ୟା ୩୬ରୁ ବଢ଼ି ୪୫ ହୋଇଛି । ଗାନ୍ଧୀ ସାଗର ଅଭୟାରଣ୍ୟରେ ଥିବା ୩ ଚିତାଙ୍କୁ ମିଶାଇ ଦେଶରେ ଚିତାସଂଖ୍ୟା ୪୮ ହୋଇଛି ।

    ବିଶେଷଜ୍ଞମାନଙ୍କ ଅନୁସାରେ, ଏହି ପର୍ୟ୍ୟାୟରେ ଅଧିକ ମାଈ ଚିତାଙ୍କୁ ଅଣାଯିବା ଦ୍ୱାରା କୁନୋରେ ଲିଙ୍ଗାନୁପାତ ଉନ୍ନତ ହେବ । ଏଥିଯୋଗୁ ସେଠାରେ ଜେନେଟିକ୍ ବିବିଧତା ମଧ୍ୟ ମଜଭୁତ ହେବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook