Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମଲହରି ଅବଧି ଅଧିକ ରହିବ

    Share on :
    ajab-Image
    Date: Mar 1, 2026    Views: 3430

    ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମଲହରି ଅବଧି ଅଧିକ ରହିବ । ମାର୍ଚ୍ଚରୁ ମେ ମାସ ଭିତରେ ଅଧିକ ଦିନ ହିଟ୍ୱେଭ ରହିବ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅଧିକ ଦିନ ରହିପାରେ । ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ୧୨ରୁ ୧୫ ଦିନ ଯାଏ ଗ୍ରୀଷ୍ମ ପ୍ରବାହ ଅଧିକ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି ) ପୂର୍ବାନୁମାନ କରିଛି।ଆଇଏମ୍‌ଡି  ଜାରି କରିଥିବା ଆକଳନ ଅନୁସାରେ, ମାର୍ଚ୍ଚରୁ ମେ ମାସ ଯାଏ ସ୍ୱାଭାବିକଠାରୁ ଅଧିକ ତାତି ରହିବ । କିନ୍ତୁ ଦେଶର ଉତ୍ତର ପଶ୍ଚିମ ଭାଗ ଓ କେନ୍ଦ୍ରୀୟ ଭାଗରେ ତାପମାତ୍ରା ସ୍ୱାଭାବିକ ବା ସ୍ୱାଭାବିକଠାରୁ କମ୍ ରହିବ । ସେହିଭଳି ମାର୍ଚ୍ଚ ମାସରେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ବା ସ୍ୱାଭାବିକଠାରୁ କମ୍ ରହିବ ବୋଲି ଜାରି ହୋଇଥିବା ବିସ୍ତାରିତ ଆକଳନରେ କୁହାଯାଇଛି ।ରାଜ୍ୟରେ ଏବେ ଗରମ ବଢ଼ିବ । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ଏବେଠାରୁ ତାପମାତ୍ରା ବଢ଼ିବା ସହ ପ୍ରବଳ ଗରମ ଅନୁଭୂତ ହେଉଛି । ଆଗକୁ ଦିନବେଳା ଅସହ୍ୟ ଗରମ ହେବ । ପାଣିପାଗ ବିଭାଗ ଏହି ଆକଳନ କରିଛି । ଶନିବାର ସମ୍ବଲପୁରରେ ଦିନ ତାପମାତ୍ରା ସର୍ବାଧିକ ୩୬.୬ ଡିଗ୍ରୀ ଥିଲା । ସୋନପୁରରେ ୩୫.୯ ଡିଗ୍ରୀ, ସୁନ୍ଦରଗଡ଼ରେ ୩୫.୮, ଭୁବନେଶ୍ୱର ଓ ଅନଗୁଳରେ ୩୫.୭, ତାଳଚେର ଓ ରାଉରକେଲାରେ ୩୫.୪ ଡିଗ୍ରୀ ରହିଥିଲା ।
    ରବିବାର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨୦ରୁ ୨୨ ଡିଗ୍ରୀ ରହିବ । ଉତ୍ତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା କମ୍ ରହିବ । ସୋମବାର(୨ ତାରିଖ) ଉପକୂଳ ଓଡ଼ିଶାକୁ ଛାଡ଼ି ଆଉ ସବୁଠି ତାପମାତ୍ରା କମ୍ ରହିବ । ୩ ତାରିଖରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୨୨ରୁ ୨୫ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

     

    Maximum 500 characters

    ତାଜା ଖବର View all

    Find Us on Facebook