ମୁଖ୍ୟ ଖବର
ଭୁବନେଶ୍ୱର,: ପୁଣି ଗିରଫ ହୋଇଛି ଟୁଙ୍ଗୁରୁ ଓରଫ ଆଲୋକ ଭୋଳ(୨୫) । ବର୍ଷାଙ୍କ ସହ ପ୍ରେମ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଟୁଙ୍ଗୁରୁ ଏବେ ପୁଣି ବିବାଦରେ । ଏଥର ପାଣି ପମ୍ପ ଚୋରି କରି ଗିରଫ ହୋଇଛି । ଟୁଙ୍ଗୁରୁଙ୍କୁ ତମାଣ୍ଡୋ ଥାନା ପୁଲିସ ଗିରଫ କରିବା ସହ ତାଠାରୁ ପାଣି ପମ୍ପ ଜବତ କରିଛି ।
ଟୁଙ୍ଗୁରୁ ଘର ଗଞ୍ଜାମ ହିଞ୍ଜିଳି । ସେ ତମାଣ୍ଡୋ ଥାନା କଳିଙ୍ଗନଗର କେ-୪ ଅଞ୍ଚଳରେ ରହୁଥିଲା । ଅଭିଯୋଗକାରୀ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କର କଳିଙ୍ଗବିହାର କେ-୪/୧୦୩୨ରେ ଥିବା ନିର୍ମାଣାଧୀନ କୋଠାରୁ ଏକ ପାଣି ପମ୍ପ କେହି ଚୋରି କରି ନେଇଥିଲା । ଶ୍ରୀ ମହାପାତ୍ର ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଆଜି ପୁଲିସ ଟୁଙ୍ଗୁରୁକୁ ଗିରଫ କରିବା ସହ ତା ଠାରୁ ଚୋରି ପାଣି ପମ୍ପ ଜବତ କରିଥିଲା । ଟୁଙ୍ଗୁରୁ ନାମରେ ପୂର୍ବରୁ ଚନ୍ଦକା, ଭରତପୁର ଓ ତମାଣ୍ଡୋ ଥାନାରେ ୪ଟି ମାମଲା ଅଛି । ଗତମାସ ୧୨ରେ ଗ୍ୟାସ୍ ସିଲିଣ୍ଡର ଚୋରି ମାମଲାରେ ତମାଣ୍ଡୋ ଥାନା ପୁଲିସ ଟୁଙ୍ଗୁରୁଙ୍କୁ ଗିରଫ କରି ଜେଲ୍ ପଠାଇଥିଲା ।
Comments ସମସ୍ତ ମତାମତ 0