Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, କୋବ୍ରା କମାଣ୍ଡାଣ୍ଟ ଗୁରୁତର

    Share on :
    ajab-Image
    Date: Mar 1, 2026    Views: 2953

    ରାଉରକେଲା,: ରକ୍ତରଞ୍ଜିତ ସରଣ୍ଡା, ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ଶିକାର ହେଲେ କୋବ୍ରା କମାଣ୍ଡାଣ୍ଟ । ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଜରାଇକେଲା ଥାନା ଅନ୍ତର୍ଗତ ସରଣ୍ଡାର ଟିମନା ଗ୍ରାମ ନିକଟରେ ଆଜି ସକାଳ ୫ଟା ସମୟରେ ଆଇଇଡି ବିସ୍ଫୋରଣରେ କୋବ୍ରା ବାହିନୀର ସହକାରୀ କମାଣ୍ଡାଣ୍ଟ ଅଜୟ ମଲ୍ଲିକ ଗୁରୁତର ଆହତ ହୋଇଛନ୍ତି ।
    ସୂଚନା ମୁତାବକ, ୨୦୯ କୋବ୍ରା ବାହିନୀର ଯବାନମାନେ ଗତ ରାତିରୁ ଟିମନା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଥିଲେ । ଆଜି ସକାଳ ୫ଟା ସମୟରେ ଯବାନମାନେ ଘଞ୍ଚ ଜଙ୍ଗଲ ଆଡ଼କୁ ଯାଉଥିବା ବେଳେ ପୂର୍ବରୁ ମାଓବାଦୀମାନେ ଖଞ୍ଜି ଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଶ୍ରୀ ମଲ୍ଲିକଙ୍କ ବାମ ପଟ ଗୋଡ଼ରେ ଗଭୀର ଆଘାତ ଲାଗିଛି । ତାଙ୍କୁ ସାଥୀ ଯବାନମାନେ ଉଦ୍ଧାର କରି ପ୍ରଥମେ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ରାଞ୍ଚି ପଠାଇବାର ବ୍ୟବସ୍ଥା କରୁଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।

     

    Maximum 500 characters

    ତାଜା ଖବର View all

    Find Us on Facebook