Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମଙ୍ଗଳବାର ବନ୍ଦ ରହିବ ତାରିଣୀ ମନ୍ଦିର

    Share on :
    ajab-Image
    Date: Mar 1, 2026    Views: 3093

    ଘଟଗାଁ : ଆସନ୍ତା ୩ ତାରିଖ ମଙ୍ଗଳବାର ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ତାରିଣୀ ମନ୍ଦିର ବନ୍ଦ ରହିବ। ସୋମବାର ରାତି ୩ଟା ୨୦ରୁ ମଙ୍ଗଳବାର ସନ୍ଧ୍ୟା ୬ଟା ୫୦ ପର୍ୟ୍ୟନ୍ତ ପାକ ତ୍ୟାଗ, ଦେବନୀତି ନିଷେଧ ରହିଛି। ଏଣୁ ୩ ତାରିଖ ସନ୍ଧ୍ୟା ପର୍ୟ୍ୟନ୍ତ ମା’ ତାରିଣୀ ମନ୍ଦିର ଓ ଦୁଆରଶୁଣି ମନ୍ଦିର ବନ୍ଦ ରହିବ।

    ଏଥିସହ ପ୍ରସାଦାଳୟ ଓ ଶିବ ମନ୍ଦିର ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିଦିନ ସନ୍ଧ୍ୟା ୬ଟା ୫୦ରେ ଗ୍ରହଣ ସର୍ବମୋକ୍ଷ ପରେ ମା’ ତାରିଣୀ ମନ୍ଦିର ଓ ଦୁଆରଶୁଣି ମନ୍ଦିର ମାର୍ଜନା ବେଶ ପରେ ମନ୍ଦିର ଖୋଲାଯିବ। ନୀତିକାନ୍ତି ସରିବା ପରେ ମନ୍ଦିର ବନ୍ଦ କରାଯିବ ବୋଲି ମନ୍ଦିର କାର୍ୟ୍ୟ ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି।

    Maximum 500 characters

    ତାଜା ଖବର View all

    Find Us on Facebook