Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପ୍ରଭାତ ବିଶ୍ୱାଳ ଜଣେ ଅକୃତଜ୍ଞ ଲୋକ : ଦେବାଶିଷ

    Share on :
    ajab-Image
    Date: Mar 1, 2026    Views: 3555

    ନବୀନ ବାବୁଙ୍କୁ ପ୍ରଶ୍ନ ପଚାରିବାକୁ ସେ କିଏ? ଡା. ଦତ୍ତେଶ୍ବର ହୋତା ୪ର୍ଥ ପ୍ରାର୍ଥୀ। ଏହା ଏକ ମାଷ୍ଟର ଷ୍ଟ୍ରୋକ୍‌। ନବୀନ ବାବୁ ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛନ୍ତି। ସମସ୍ତେ ସମର୍ଥନ କରିବେ। ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ସମସ୍ତେ କଟକ ଲୋକ। କଟକ ଲୋକଙ୍କୁ ବିରୋଧ କରି ପ୍ରଭାତ ତାଙ୍କ ସ୍ୱଭାବ ଦେଖାଇଛନ୍ତି। ସେ ନବୀନ ବାବୁଙ୍କ ଗାଡ଼ି କାଚ ଭାଙ୍ଗିଥିଲେ। ମିଡ୍‌ ନାଇଟ୍‌ ଅପରେସନରେ ଥିଲେ। ଏସବୁ ସତ୍ତ୍ବେ ନବୀନ ବାବୁ ତାଙ୍କ ପୁଅକୁ ୨ ଥର ଟିକେଟ୍‌ ଦେଇଛନ୍ତି। ତେଣୁ ମୋ ମତରେ ସେ ଜଣେ ଅକୃତଜ୍ଞ ଲୋକ। ପ୍ରଭାତ ବିଶ୍ୱାଳଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି  ଦେବାଶିଷ ସାମନ୍ତରାୟ । 
    ବିଜେଡିରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ୟ୍ୟ ପାଇଁ ତାଙ୍କୁ ଶନିବାର ସନ୍ଧ୍ୟାରେ ଦଳରୁ ବିଦା କରାଯାଇଛି। ବିଜେଡି ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିବା ବେଳେ ଖୋଲାଖୋଲି ଏହାକୁ ବିରୋଧ କରିଥିଲେ ପ୍ରଭାତ। ସେ ଖୋଲାଖୋଲି ନିଜ ଅସନ୍ତୋଷ ଝାଡ଼ିଥିଲେ। ଏମିତିକି ନବୀନଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିବା ସୂଚନା ମିଳିଛି।

     

    ପ୍ରଭାତ କହିଥିଲେ, ଯାହାଙ୍କୁ ପ୍ରାର୍ଥୀ କରାଯାଇଛି ସେ ଦଳ ପାଇଁ କିଛି କରିନାହାନ୍ତି। ୪ ହଜାର କୋଟି ଯିଏ ନେଇ ଯାଇଛି ତାକୁ ଦିଆଗଲା ଟିକେଟ୍‌।
    ଦଳ ମୋର ବହୁ କ୍ଷତି କରିଛି। ମୁଁ କିନ୍ତୁ ଦଳର କ୍ଷତି କରି ନାହିଁ। ପାଣ୍ଡିଆନ୍ ଓ ସୁଜାତା ଦଳ ପାଇଁ କରିଛନ୍ତି। ନବୀନ ବାବୁ ଆଲୋଚନା କରନ୍ତୁ ବୋଲି ଲିଖିତ ଆକାରରେ ଜଣାଇବି। ଯଦି ଆଲୋଚନା ନ କରିବେ ତେବେ ଦଳଠାରୁ ଦୂରେଇ ଯିବି।ସେ ଆହୁରି କହିଥିଲେ, ଯିଏ ଦଳ ପାଇଁ କାର୍ୟ୍ୟ କରିଛନ୍ତି, ତାଙ୍କୁ ପ୍ରାର୍ଥୀ ହେଲେ ଭଲ ହୋଇଥାଦନ୍ତା। ଏହା ଏକପାଖିଆ ନିଷ୍ପତ୍ତି। ସମସ୍ତେ ବସି ନିଷ୍ପତ୍ତି ନେଇ ନାହାନ୍ତି।

    ସୂଚନାଯୋଗ୍ୟ, ପ୍ରଭାତ ରଞ୍ଜନ ବିଶ୍ୱାଳ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରେ କଟକ-ଚୌଦ୍ୱାର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଚିଟ୍‌ ଫଣ୍ଡ କେସ୍‌ରେ ଫସି ସେ ବିବାଦୀୟ ହୋଇପଡ଼ିଥିଲେ। ୨୦୧୯ ଓ ୨୦୨୪ରେ ତାଙ୍କ ପୁଅ ବିଜେଡି ଟିକେଟ୍‌ରେ ଏହି ଆସନରୁ ବିଜୟୀ ହୋଇଥିଲେ। 

    Maximum 500 characters

    ତାଜା ଖବର View all

    Find Us on Facebook