ମୁଖ୍ୟ ଖବର
ବିଜେଡିରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଶନିବାର ସନ୍ଧ୍ୟାରେ ଦଳରୁ ବିଦା କରାଯାଇଛି। ବିଜେଡି ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିବା ବେଳେ ଖୋଲାଖୋଲି ଏହାକୁ ବିରୋଧ କରିଥିଲେ ପ୍ରଭାତ। ସେ ଖୋଲାଖୋଲି ନିଜ ଅସନ୍ତୋଷ ଝାଡ଼ିଥିଲେ। ଏମିତିକି ନବୀନଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିବା ସୂଚନା ମିଳିଛି।
ପ୍ରଭାତ କହିଥିଲେ, ଯାହାଙ୍କୁ ପ୍ରାର୍ଥୀ କରାଯାଇଛି ସେ ଦଳ ପାଇଁ କିଛି କରିନାହାନ୍ତି। ୪ ହଜାର କୋଟି ଯିଏ ନେଇ ଯାଇଛି ତାକୁ ଦିଆଗଲା ଟିକେଟ୍।
ଦଳ ମୋର ବହୁ କ୍ଷତି କରିଛି। ମୁଁ କିନ୍ତୁ ଦଳର କ୍ଷତି କରି ନାହିଁ। ପାଣ୍ଡିଆନ୍ ଓ ସୁଜାତା ଦଳ ପାଇଁ କରିଛନ୍ତି। ନବୀନ ବାବୁ ଆଲୋଚନା କରନ୍ତୁ ବୋଲି ଲିଖିତ ଆକାରରେ ଜଣାଇବି। ଯଦି ଆଲୋଚନା ନ କରିବେ ତେବେ ଦଳଠାରୁ ଦୂରେଇ ଯିବି।ସେ ଆହୁରି କହିଥିଲେ, ଯିଏ ଦଳ ପାଇଁ କାର୍ଯ୍ୟ କରିଛନ୍ତି, ତାଙ୍କୁ ପ୍ରାର୍ଥୀ ହେଲେ ଭଲ ହୋଇଥା’ନ୍ତା। ଏହା ଏକପାଖିଆ ନିଷ୍ପତ୍ତି। ସମସ୍ତେ ବସି ନିଷ୍ପତ୍ତି ନେଇ ନାହାନ୍ତି।
Comments ସମସ୍ତ ମତାମତ 0