ମୁଖ୍ୟ ଖବର
ଭୁବନେଶ୍ବର: ରାଜ୍ୟର ମୋଟ ବ୍ୟୟ ଅଟକଳ ପାଖାପାଖି୯ପ୍ରତିଶତ ବଢ଼ିପାରେ। ଏଥିରୁ ସିଂହ ଭାଗ (୬୦%ରୁ ଅଧିକ) ବିକାଶମୂଳକ କାର୍ଯ୍ୟକ୍ରମରେ ବିନିଯୋଗ ହେବ। କାର୍ଯ୍ୟକ୍ରମ ଖର୍ଚ୍ଚ୧୧ପ୍ରତିଶତ ବଢ଼ିପାରେ। ଅଭିବୃଦ୍ଧିର ଇଂଜିନ୍କୁହାଯାଉଥିବା ପୁଂଜି ଖର୍ଚ୍ଚ ବି ସମାନ ହାରରେ ବଢ଼ିବ।
ବଜେଟ୨୦୨୬-୨୭ଚିଠା ବଜେଟ ପ୍ରସ୍ତାବକୁ ଆଜି (ଶନିବାର) ରାଜ୍ୟ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ମୋଟ ବ୍ୟୟ ଅଟକଳ୩ଲକ୍ଷ୧୫ହଜାର କୋଟି ଛୁଇଁପାରେ। ଯାହା ଏ ବର୍ଷ ଥିଲା୨ଲକ୍ଷ୯୦ହଜାର କୋଟି। ରାଜସ୍ବ ଆୟ ପାଖାପାଖି୮ପ୍ରତିଶତ ବଢ଼ି୨ଲକ୍ଷ୫୦ହଜାର କୋଟି ଟପିପାରେ । ଅବଶିଷ୍ଟ ସମ୍ବଳ ଋଣ ସୂତ୍ରରୁ ସଂଗ୍ରହ ହୋଇପାରେ।ଆସନ୍ତା୨୦ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଆର୍ଥିକ ବର୍ଷ୨୦୨୬-୨୭ପାଇଁ ରାଜ୍ୟ ବଜେଟ ପ୍ରସ୍ତାବ ଉପସ୍ଥାପନ କରିବେ। ସୀମିତ ସମ୍ବଳରେ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ବଳରେ ସବୁ କ୍ଷେତ୍ରର ସମାନୁପାତିକ ବିକାଶ ଚିଠା ପ୍ରସ୍ତାବରେ ଉଦ୍ୟମ ହୋଇଥିବା ଜଣାପଡ଼ିଛି।
ରାଜ୍ୟର ନିଜସ୍ବ ଟିକସ ସୂତ୍ରରୁ ୬୬ହଜାର କୋଟି ଆୟ ହେବ ବୋଲି୨୦୨୫-୨୬ବଜେଟରେ ଆକଳନ କରାଯାଇଥିଲା। ମିଳିଥିବା ସୂଚନା ମୁତାବକ ଟିକସ ଆୟ୧୦ପ୍ରତିଶତ ବଢ଼ି୭୨ହଜାର କୋଟି ଡେଇଁପାରେ ଆଗାମୀ ଆର୍ଥିକ ବର୍ଷ। ଅଣଟିକସ ଆୟ ଚଳିତ ଆର୍ଥିକ ବର୍ଷ ତୁଳନାରେ ପାଖାପାଖି୯%ବଢ଼ି୬୫ହଜାର କୋଟି ଛୁଇଁପାରେ।
କେନ୍ଦ୍ରୀୟ ଟିକସ ଭାଗ ବାବଦରେ ମିଳିବ୬୭ହଜାର୪୬୦କୋଟି,ଯାହା ଚଳିତ ଆର୍ଥିକ ବର୍ଷ ତୁଳନାରେ୭%ଅଧିକ। ବଜେଟ ଆକଳନ ତୁଳନାରେ୨୦୨୫-୨୬ରେ୧୩୦୦କୋଟି କମ୍ମିଳିବ। ଆକଳନ ଥିଲା୬୪ହଜାର୪୬୦କୋଟି ମିଳିବ। କିନ୍ତୁ ସଂଶୋଧିତ ଆକଳନରେ ଏହାକୁ୬୩ହଜାର୭୩କୋଟି ଟଙ୍କାକୁ ଖସିଛି କେନ୍ଦ୍ର ବଜେଟରେ।
କେନ୍ଦ୍ରୀୟ ଅନୁଦାନ ସୂତ୍ରରୁ ପାଖାପାଖି୪୩ହଜାର କୋଟି ଟଙ୍କା ମିଳିବ ବୋଲି ଅର୍ଥ ବିଭାଗ ଅନୁମାନ କରୁଛି। ଗତ ବଜେଟରେ ଆକଳନ ଥିଲା୪୧ହଜାର୫୯୨କୋଟି। ହେଲେ ଡିସେମ୍ବର ସୁଦ୍ଧା ମିଳିଛି ମାତ୍ର୯ହଜାର୮୨୫କୋଟି,ଯାହା ପାଖାପାଖି୨୪%।
ଷୋଡ଼ଶ ଅର୍ଥ କମିଶନଙ୍କୁ ସୁପାରିସରେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ୫ବର୍ଷ ପାଇଁ୧୧ହଜାର୮୬୭କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଆସନ୍ତା5ବର୍ଷ ଭିତରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ୭ହଜାର୧୧୯ଟଙ୍କା ଏବଂ ସ୍ବାୟତ୍ତ ଶାସନ ସଂସ୍ଥାକୁ୨୩ହଜାର୭୯୩କୋଟି ଟଙ୍କା ହସ୍ତାନ୍ତର କରିବ କେନ୍ଦ୍ର । ଏହା ସତ୍ତ୍ବେ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ପର୍ଯ୍ୟ।ପ୍ତ ସମ୍ବଳ ରହିବ ନାହିଁ। ଋଣ ସୂତ୍ରରୁ ଏହାକୁ ଭରଣା କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି।
Comments ସମସ୍ତ ମତାମତ 0