Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଲୱାମା ଆତଙ୍କୀ ଆକ୍ରମଣକୁ ୭ ବର୍ଷ

    Share on :
    ajab-Image
    Date: Feb 14, 2026    Views: 4165

    ନୂଆଦିଲ୍ଲୀ:  ଫେବ୍ରୁଆରୀ ୧୪ ତାରିଖ । ଏହି ତାରିଖକୁ କିଏ ବା ଭୁଲିପାରିବ । ପ୍ରେମ ଦିବସରେ ଉଜୁଡି ଯାଇଥିଲା ପରିବାର । ୪୦ ପରିବାରର ଖୁସିରେ ଲାଗି ଯାଇଥିଲା କାହା ନଜର ।ଦିନଟି ଭାରତୀୟଙ୍କ ପାଇଁ କଳାଦିନ ହୋଇ ରହିଗଲା । ଠିକ୍ ଆଜିର ଦିନରେ ୭ ବର୍ଷ ତଳେ ଜମ୍ମୁକାଶ୍ମୀର ଶ୍ରୀନଗରରେ ହୋଇଥିବା ଆତ୍ମଘାତି ବିସ୍ଫୋରଣ । ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ଚାଲିଯାଇଥିଲା ୪୦ ବୀର ଯବାନଙ୍କ ଜୀବନ । ଆଉ ମାତ୍ର ୧୨ଦିନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଷଧ ନେଇଥିଲା ଭାରତୀୟ ସେନା । ପୁଲୱାମା ଆତଙ୍କୀ ଆକ୍ରମଣକୁ ୭ ବର୍ଷ ପୁରିଛି । ଶହୀଦ ବୀର ଯବାନଙ୍କୁ ଝୁରୁଛି ଦେଶ ଝୁରୁଛି ପରିବାର । ୪୦ ଯବାନଙ୍କ ବଳିଦାନରୁ ମନେ ପକାଉଛନ୍ତି ଦେଶବାସୀ । ମାଟି ମା' ସେବା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ସେ ବୀର ପୁଅଙ୍କୁ କୋଟି କୋଟି ପ୍ରଣାମ ।
    ପୁଲୱାମାର ନ୍ୟାସନାଲ ହାଇୱେ ଉପରେ ଆଗକୁ ବଢୁଥିଲା ସିଆରପିଏଫ୍ ଯବାନଙ୍କ କାଫିଲା । ସେପଟେ ସିଆରପିଏଫ୍ ଯବାନଙ୍କ ଗାଡିକୁ ଟାର୍ଗେଟ କରି ଲୁଚି ରହିଥିଲେ ଆତଙ୍କବାଦୀ । ଗୋଟିଏ ଛୋଟିଆ ଗାଡିରେ ରଖାଯାଇଥିଲା ୩ଶହ କିଲୋର ବସ୍ଫୋଟକ । ଆଉ ସୁଯୋଗ ପାଇବା ମାତ୍ରେ ୩ଶହ କିଲୋର ବିସ୍ଫୋଟକ ଧରି ସିଆରପିଏଫ୍ ଗାଡିରେ କାରକୁ ମାଡ କରିଥିଲେ ଆତଙ୍କବାଦୀ । ଆଖି ପୁଛୁଳାକେ ବସ୍ଫୋରଣ ଘଟିଗଲା । ଚାରିଆଡେ ଧୂଆର କଳା ବାଦଲ ଖେଳିଗଲା । ଶବ୍ଦ ଏତେ ତୀବ୍ର ଥିଲା ଯେ, ଲାଗିଲା ସତେକି ଭୁମିକମ୍ପ ହେଉଛି । ଆଉ ଯେତେବେଳେ କଳା ବାଦଲ ହଟିଲା ସେତେବେଳକୁ ଭାରତୀୟ ବୀର ଯବାନଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଣେତେଣେ ବିଛାଡି ହୋଇ ପଡିଥିଲା । ଭାରତ ମାତାର ୪୦ ଯବାନ ଶହୀଦ୍ ହୋଇଯାଇଥିଲେ । ଏହି ଘଟଣା ସାରା ଦେଶକୁ ସ୍ତବ୍ଦ କରିଦେଇଥିଲା । ପୁଲୱାମା ଆକ୍ରମଣକୁ ନେଇ ସାରା ଦେଶବାସୀଙ୍କ ମନରେ ଆକ୍ରୋଷ ଭରିହୋଇ ରହିଥିଲା ।

    ​​​​​​ଦେଶାସାରା ପାକିସ୍ତାନ ଓ ଆତଙ୍କବାଦୀ ବିରୋଧୀ ନାରା ଶୁଣିବାକୁ ଓ ଦେଖିବାକୁ ମିଳିଥିଲା । ଠିକ୍ ଏହାର ୧୨ ଦିନ ମଧ୍ୟରେ ଅର୍ଥାତ୍ ଫେବ୍ରୁଆରୀ ୨୬ତାରିଖରେ ପାକିସ୍ତାନରେ ଲୁଚିରହିଥିବା ଜୈସଏ-ମହମ୍ମଦ ଠିକଣା ଉପରେ ଏୟାଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା । ପାଖାପାଖି ରାତି ୩ଟାରେ ଭାରତୀୟ ବାୟୁସେନାର ୧୨ଟି ମିରାଜ ୨୦୦୦ ପାଇଟର ଜେଟ୍ ଏଲଓସିକୁ ପାର କରି ବାଲାକୋଟ ସ୍ଥିତ ଜୈସ୍-ଏ-ମହମ୍ମଦର ଠିକଣା ଉପରକୁ ଆକ୍ରମଣ କରି ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲା । ଆଉ ଏହି ଏୟାରଷ୍ଟ୍ରାଇକରେ ପାଖାପାଖି ୩ଶହ ଆତଙ୍କବାଦୀ ନିହତ ହୋଇଥିବା ସୂଚନାରୁ ଜଣାପଡିଥିଲା । ଏୟାରଷ୍ଟ୍ରାଇକରେ ପ୍ରାୟ ଏକ ହଜାର କିଲୋର ବମ୍ ଆତଙ୍କବାଦୀ ଠିକଣା ଉପରେ ପକାଯାଇଥିଲା । ଯେଉଁଥିରେ ପୁଲୱାମା ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିବା ଶହ ଶହ ଆତଙ୍କବାଦି ନିପାତ ହୋଇଥିଲେ ।​​​​​​​ ପୁଲୱାମା ଆତଙ୍କୀ ଆକ୍ରମଣକୁ ୭ ବର୍ଷ ପୁରିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook