ମୁଖ୍ୟ ଖବର
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳରୁ ୮ଟି ମନ୍ଦିରରେ ସିରିଜ୍ ଚୋରି ହୋଇଛି। ପାଞ୍ଚଟି ପୃଥକ ପୃଥକ ସ୍ଥାନରୁ ଲୁଟି ନେଇଛନ୍ତି ଚୋର। ସମାନ୍ତରାପୁର, ବିଦ୍ୟାଧଣପୁର, ଗାନ୍ଧୀନଗର, ଉତ୍ତରାୟଣୀ, କାଳିଜାୟୀ ମନ୍ଦିରରୁ ଚୋରି ହୋଇଥିବା ନେଇ ସୂଚନା ମିଳିଛି।ଲୁଟେରା ତାଲା ଭାଙ୍ଗି ସୁନା ଓ ଅଳଙ୍କାର ଲୁଟିନେଇଛନ୍ତି। ଚୋରି ରେ ଏକ ରାକେଟ ସାମିଲ ରହିଥିବା ନେଇ ସନ୍ଦେୟ କରାଯାଉଛି। ଘଟଣାସ୍ଥଳରେ ବାଲୁଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments ସମସ୍ତ ମତାମତ 0