ମୁଖ୍ୟ ଖବର
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶୁକ୍ରବାର ସକାଳେ ଭୟଙ୍କର ସିରିଜ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ବେଙ୍ଗାଲୁରୁର ହୋସକୋଟ୍- ଦୋବ୍ସପେଟ୍ ନିକଟ ଏମ୍ ସତ୍ୟବାରା ନିକଟରେ ଦ୍ରୁତଗତିରେ ଯାଉଥିବା ଏସ୍ୟୁଭି କାର୍ ନିୟନ୍ତ୍ରଣ ହରାଇ ଏକ ମୋଟର ସାଇକେଲକୁ ପଛରୁ ଧକ୍କା ଦେଇଥିଲା। ଏସ୍ୟୁଭି ହୋସକୋଟରୁ ଦେବନାହଲ୍ଲି ଅଭିମୁଖେ ଯାଉଥିବାବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇ ମୋଟର ସାଇକେଲ ଓ ପରେ ଏକ କ୍ୟାଣ୍ଟର ଟ୍ରକ୍କୁ ଧକ୍କା ଦେଇଥିଲା। ଏହି ସମୟରେ ସେହି ରାସ୍ତାରେ ଯାଉଥିବା ଅନ୍ୟ ଏକ କାର୍ ସହିତ ମଧ୍ୟ ଧକ୍କା ହୋଇଥିଲା। ଏସ୍ୟୁଭିରେ ବସିଥିବା ୬ ଜଣ ଲୋକ ଓ ମୋଟର ସାଇକେଲ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି। ମୃତକମାନେ ବେଙ୍ଗାଲୁରୁର କୋଥାନୁରର ବାସିନ୍ଦା ବୋଲି ଅନୁମାନ କରାଯାଉଛି। ସେମାନଙ୍କ ପରିଚୟ ମିଳିପାରି ନାହିଁ। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ହୋସକୋଟ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ ସୂଚନା ଦେଇଛି।
Comments ସମସ୍ତ ମତାମତ 0