Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୂକମ୍ପ ଝଟକାରେ ଥରିଲା ସିକ୍କିମ

    Share on :
    ajab-Image
    Date: Feb 6, 2026    Views: 4106

    ନୂଆଦିଲ୍ଲୀ : ଭୂକମ୍ପ ଝଟକାରେ ଥରିଲା ସିକ୍କିମ । ସିକ୍କିମର ଗ୍ୟାଲିସିଂରେ ଭୂକମ୍ପ ଅନୁଭୂତ ହୋଇଛି। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୫ ରେକର୍ଡ କରାଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସିକ୍କିମର ଗ୍ୟାଲସିଂରେ ସକାଳ ୧ ଟା ୦୯ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

    ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ଜୀବନହାନୀର ରିପୋର୍ଟ ମିଳିନାହିଁ । ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ଲୋକମାନଙ୍କୁ ସଚେତନ କରିଛି । ତେବେ ମଙ୍ଗଳବାର ଦିନ ମଧ୍ୟ କୋଲକାତା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ସିତବେ ନିକଟରେ ଅବସ୍ଥିତ ଥିଲା। ଏହି ସ୍ଥାନଟି ୟେନାଙ୍ଗୟାଙ୍ଗର ୯୫ କିଲୋମିଟର ପଶ୍ଚିମରେ ଏବଂ ବାଂଲାଦେଶର କକ୍ସ ବଜାରରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଅବସ୍ଥିତ। ରାତିରେ ହଠାତ୍ ଭୂକମ୍ପ ଯୋଗୁଁ କୋଲକାତାର ଉଚ୍ଚ କୋଠା ଘରର ବାସିନ୍ଦାମାନେ ଖୋଲା ପଡ଼ିଆକୁ ପଳାଇ ଯାଇଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook