Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କୋଟିଏ ଟଙ୍କାର ଗଞ୍ଜେଇ ଜବତ

    Share on :
    ajab-Image
    Date: Feb 4, 2026    Views: 3502

    ଶାଳଚୁଆ: ଗଞ୍ଜେଇ ଚାଲାଣର ନୂଆ ତରିକା। କୋବିର ଚାହିଦା ସମୟରେ କୋବିକୁ ଢାଲ କରି ହେଉଥିଲା ଗଞ୍ଜେଇ ଚାଲାଣ ଆଉ ଗଞ୍ଜେଇ ଗାଡ଼ିକୁ ସୁରକ୍ଷା ଦେଉଥିଲା ଏକ ସ୍କର୍ପିଓ। ରାତି ତମାମ ଗାଡ଼ିକୁ  ପିଛା କରିବା ପରେ ଶେଷରେ ମାଡ଼ିବସିଲା ଏନସିବିର ସ୍ପେସିଆଲ ସ୍କ୍ୱାର୍ଡ। ଜବତ କରିଲେ ୨୩ ବସ୍ତା ଗଞ୍ଜେଇ। କପ୍ତିପଦା ଥାନା ନୂଆସାହି ଭରଡାଛକ ନିକଟରେ ମାଡ଼ିବସିଲା ଏନସିବି।

    କେଉଁଝର ଅଞ୍ଚଳରୁ ଏକ ପିକଅପରେ ତଳେ ଗଞ୍ଜେଇ ବସ୍ତା ରଖିବା ସହିତ ଉପରେ କୋବି ରଖି ତାକୁ ଚୋରା ଚାଲାଣ କରୁଥିଲେ ଗଞ୍ଜେଇ ମାଫିଆ। କେଉଁଝରରୁ କପ୍ତିପଦା ହୋଇ ବାରିପଦା ଆସୁଥିଲା ଗଞ୍ଜେଇ। ଗଞ୍ଜେଇ ଗାଡ଼ିକୁ କପ୍ତିପଦା ନୂଆସାହି ଭରଡା ଛକ ନିକଟରେ ମାଡ଼ି ବସିଥିଲା ଏନସିବି ଟିମ୍।

    ଏହା ସହିତ ଗଞ୍ଜେଇ ଗାଡ଼ିକୁ ସୁରକ୍ଷା ଦେଉଥିବା ଏକ ସ୍କର୍ପିଓକୁ ମଧ୍ୟ ଏନସିବି ଅଟକାଇଥିବା ବେଳେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଘଟଣା ସ୍ଥଳରୁ ଦୁଇ ଜଣ ଗଞ୍ଜେଇ ମାଫିଆ ଖସି ଯାଇଥିବା କୁହାଯାଉଛି। ଜବତ ଗଞ୍ଜେଇର ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି କହିଛି ଏନସିବି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook