Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି

    Share on :
    ajab-Image
    Date: Feb 4, 2026    Views: 3522

    ଭୁବନେଶ୍ୱର: ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନ ମାନର ପ୍ରତୀକ ଉତ୍କଳଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତୀୟତାର ଜନକ ତଥା ନବଜାଗରଣର ପ୍ରବର୍ତ୍ତକ । ତାଙ୍କରି ଉତ୍ସର୍ଗୀକୃତ କାର୍ୟ୍ୟ ଯୋଗୁଁ ଭାଷାଭିଭିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇଥିଲା । ଧୈର୍ୟ୍ୟ-ସହିଷ୍ଣୁତା, ସଂଗ୍ରାମ-ସାଧନାକୁ ପାଥେୟ କରି ଜାତିପ୍ରେମ ବହ୍ନି ପ୍ରଜ୍ଵଳିତପୂର୍ବକ ଓଡ଼ିଆ ଜାତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ମଧୁବାବୁ ସଦା ଚେଷ୍ଟିତ ଥିଲେ।
    ସମାଜ, ସାହିତ୍ୟ, ଶିକ୍ଷା, ଅର୍ଥନୀତି ଓ ରାଜନୀତି ଆଦି ବିଭିନ୍ନ କ୍ଷେତ୍ରରେ ଏହି ଜନନାୟକଙ୍କର ପ୍ରେରଣା ଉତ୍କଳୀୟ ଜୀବନରେ ନବସୂର୍ୟ୍ୟୋଦୟ ସମ୍ଭବ କରାଇଥିଲା । ଯଥାର୍ଥରେ ଉତ୍କଳ ମାଟିର ଯୋଗ୍ୟତମ ସନ୍ତାନ, ଉତ୍କଳୀୟ ଜାତୀୟତାର ମନ୍ତ୍ରଦାତା, ଶତାବ୍ଦୀର ସୂର୍ୟ୍ୟ ଉତ୍କଳଗୌରବ ମଧୁସୂଦନ ଦାସ ପ୍ରତ୍ୟେକ  ଓଡ଼ିଆ ପାଇଁ ଚିରବନ୍ଦନୀୟ।


    ଏହି ଅବସରରେ ଭୁବନେଶ୍ବରସ୍ଥିତ ଲୋକଭବନ ଛକରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବିଭାଗ ପକ୍ଷରୁ ପ୍ରତିମୂର୍ତ୍ତି ସ୍ଥଳରେ ଆକର୍ଷଣୀୟ ସାଜସଜ୍ଜା କରାଯାଇଛି । ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଗୁରୁବୀର ସିଂ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ସହକାରୀ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୋଦିନୀ ଟେଟେ, ଲୋକସମ୍ପର୍କ ଅଧିକାରୀ  ଏମ୍. ଅଭିଷେକ ତଥା ଅନ୍ୟାନ୍ୟ ବରେଣ୍ୟ ଅତିଥିମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook