Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହ୍ୟୁମାନ୍‌ ସାଗର ମୃତ୍ୟୁ ରହସ୍ୟ: ଆସିଲା ମେଡିକାଲ ରିପୋର୍ଟ

    Share on :
    ajab-Image
    Date: Feb 2, 2026    Views: 3109

    କଟକ: କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଅକାଳ ବିୟୋଗର ରହସ୍ୟ ଫିଟାଇବା ପାଇଁ ମର୍କତନଗର ଥାନାରେ ରୁଜୁ ମାମଲାରେ ପୁଲିସର ଏକ ମେଡିକାଲ୍ ରିପୋର୍ଟ ହସ୍ତଗତ ହୋଇଛି । ହ୍ୟୁମାନ୍ ଚିକିତ୍ସିତ ହେଉଥିବା ଗଣ୍ଡରପୁର ସ୍ଥିତ ଏକ ବେସରକାରୀ ହସ୍ପିଟାଲ୍ ଏହି ରିପୋର୍ଟ ପ୍ରଦାନ କରିଛି । ଲିଭର୍ ସିରୋସିସ୍ ହେବା ପରଠୁ ଉକ୍ତ ହସ୍ପିଟାଲ୍‌ରେ ହ୍ୟୁମାନ୍ ଚିକିତ୍ସିତ ହେଉଥିଲେ । ଉକ୍ତ ହସ୍ପିଟାଲ୍ଟି ଲିଭର୍ ରୋଗର ସ୍ୱତନ୍ତ୍ର ଚିକିତ୍ସା ପାଇଁ ରହିଥିବାରୁ ହ୍ୟୁମାନ୍ ସେଠାରେ ନିଜର ରେଗୁଲାର ଟ୍ରିଟ୍‌ମେଣ୍ଟ୍ କରାଉଥିଲେ । ଏପରିକି ସେ ଗୁରୁତର ହେବାର କିଛି ଦିନ ପୂର୍ବରୁ ଉକ୍ତ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଯାଇଥିଲେ । ଗଲା କିଛି ବର୍ଷର ଚିକିତ୍ସା ତଥ୍ୟ ଉକ୍ତ ରିପୋର୍ଟରେ ହସ୍ପିଟାଲ୍ ପକ୍ଷରୁ ପ୍ରଦାନ କରାଯାଇଛି । ଅନ୍ୟପଟେ ଗତ ନଭେମ୍ବର ମାସ ୧୭ ତାରିଖରେ ହ୍ୟୁମାନ୍‌ଙ୍କ ମୃତ୍ୟୁ ହେବାର କିଛି ଦିନ ପୂର୍ବରୁ ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ତେଣୁ ଏମ୍ସରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ମେଡିକାଲ୍ ରିପୋର୍ଟ ରହିଛି । ଯାହାକୁ ପାଇବା ପାଇଁ ମର୍କତନଗର ଥାନା ପୁଲିସ ଚିଠି ଲେଖି ଏମ୍ସକୁ ଅନୁରୋଧ କରିଥିଲା ।

    ମାତ୍ର ଗଲା ମାସେରୁ ଅଧିକ ସମୟ ହେବ ଏହି ଚିଠି ଲେଖାଯାଇଥିଲେ ବି ଏମ୍‌ ପକ୍ଷରୁ କୌଣସି ଉତ୍ତର ଦିଆଯାଉନି । ଏହି କ୍ରମରେ ଟଙ୍କା କାରବାର ବିଷୟ ଜାଣିବା ପାଇଁ ଥାନା ପକ୍ଷରୁ ୮ଟି ବ୍ୟାଙ୍କ୍‌କୁ ଟ୍ରାନ୍‌ଜାକ୍ସନ୍ ତଥ୍ୟ ମଗାଯାଇଥିଲା । ହେଲେ ଗୋଟିଏ ବି ବ୍ୟାଙ୍କ୍ ତଥ୍ୟ ପ୍ରଦାନ କରିନି । ଫଳରେ ହ୍ୟୁମାନଙ୍କ ଟଙ୍କା କାରବାର ତଥ୍ୟ ପୁଲିସ ଏଯାବତ କାଣିଚାଏ ଜାଣିପାରିନି । ମର୍କତନଗର ଥାନା ପୁଲିସ କେବଳ କିଛି ଅଭିଯୁକ୍ତ ଓ ହ୍ୟୁମାନଙ୍କ ଫୋନ୍ କଲ୍ ରେକର୍ଡ ଧରି ବସିଛି । ତେଣୁ ମା’ ଶେଫାଳି ସୁନା ଦେଇଥିବା ଏତଲାକୁ ଏହା ମଧ୍ୟରେ ମାସେରୁ ଅଧିକ ସମୟ ବିତିଥିଲେ ବି ମାମଲାରେ ଅଗ୍ରଗତି ହୋଇନି ।

    Maximum 500 characters

    ତାଜା ଖବର View all

    Find Us on Facebook