Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଜେଟ: ଓଡ଼ିଶା ଉପକୂଳ ଅଞ୍ଚଳରେ ସ୍ବତନ୍ତ୍ର କଇଁଛ ପଥ କରାଯିବ

    Share on :
    ajab-Image
    Date: Feb 1, 2026    Views: 3158

    କେନ୍ଦ୍ରୀୟ ବଜେଟ 2026-27ରେ ଇକୋ ଟୁରିଜିମ୍‌କୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ଓଡ଼ିଶା ସମେତ କର୍ଣ୍ଣାଟକ ଓ କେରଳର ଉପକୂଳବର୍ତ୍ତି ଅଞ୍ଚଳରେ ପ୍ରମୁଖ କଇଁଛ ଅଣ୍ଡାଦାନ ସ୍ଥଳୀର ଉନ୍ନତି କରାଯିବ । ଅଣ୍ଡାଦାନ ସ୍ଥଳୀ ଗୁଡିକରେ ସ୍ବତନ୍ତ୍ର କଇଁଛ ପଥ କରାଯିବ । ଏନେଇ ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ପଥ ଗୁଡିକ ସ୍ଥାୟୀ ପର୍ଯ୍ୟଟନ ପଦକ୍ଷେପର ଅଂଶ । ଯାହା ଦ୍ବାରା ଅଲିଭ ରିଡଲେ କଇଁଛ ବସା ସ୍ଥାପନ ସ୍ଥାନଗୁଡିକୁ ସୁରକ୍ଷା ଦେବା ସହ ପର୍ଯ୍ୟଟକମାନଙ୍କ ପାଇଁ ପରିବେଶ ସଚେତନ ଅଭିଜ୍ଞତା ଦେବା ପାଇଁ ଡିଜାଇନ କରାଯାଇଛି ।

    ଅଲିଭ ରିଡଲେ କଇଁଛ ପାଇଁ ଓଡ଼ିଶା ଉପକୂଳର ପରିବେଶ ବେଶ ଅନୁକୂଳ । ଓଡ଼ିଶା ଉପକୂଳ ବିଶେଷ କରି କେନ୍ଦ୍ରାପଡା ଗହୀରମଥା ବେଳାଭୂମି ଓ ଗଞ୍ଜାମର ଋଷିକୁଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ପାଇଁ ବିଶ୍ବର ସର୍ବବୃହତ ରୁକେରୀ ରହିଛି । ଯେଉଁଠାରେ 2025 ମସିହାରେ 6.82 ଲକ୍ଷ କଇଁଛ ଅଣ୍ଡାଦାନ ଦେଇଛନ୍ତି । ନଭେମ୍ବରରୁ ମେ ମାସ ପର୍ଯ୍ୟନ୍ତ ସାମୁହିକ ଅଣ୍ଡାଦାନ ହୋଇଥାଏ । ଗହୀରମଥା ବିଶ୍ବର ସର୍ବବୃହତ ଅଣ୍ଡା ଦେବା ସ୍ଥାନ ଭାବେ ପରିଚିତ । ସାଧାରଣ ଭାବରେ ନଭେମ୍ବରରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ଧରି କଇଁଛଙ୍କ ମିଳନ ପର୍ବ ଜାରି ରହେ । ଏହା ପରେ ପାଖାପାଖି ମେ’ ମାସ ପର୍ଯ୍ୟନ୍ତ ବେଳାଭୂମିରେ ଆରମ୍ଭ ହୋଇଥାଏ ଗଣ ଅଣ୍ଡାଦାନ ପ୍ରକ୍ରିୟା । ଭିତରକନିକା ଅଭୟାରଣ୍ୟ, ପୁରୀ ଜିଲ୍ଲା ଦେବୀ ନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ମଧ୍ୟ ପ୍ରତି ବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥାନ୍ତି ।ଆଜି ସଂସଦରେ 2026-27 ବର୍ଷ ପାଇଁ ବଜେଟ୍‌ ଆଗତ ହୋଇଛି । ଲଗାତାର 9ମ ଥର ପାଇଁ ବଜେଟ୍‌ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ମୋଦି ସରକାରଙ୍କ 15ତମ ବଜେଟ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook