Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧ ଟଙ୍କାରେ ପୂରା ବଜେଟର ହିସାବ

    Share on :
    ajab-Image
    Date: Feb 1, 2026    Views: 3490

    ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେକର୍ଡ ୯ମ ଥର ପାଇଁ ଆଜି ବଜେଟ ଉପସ୍ଥାପନ କରିଛନ୍ତି। ପ୍ରାୟ ୧ ଘଣ୍ଟା ୨୫ ମିନିଟର ବଜେଟ ଭାଷଣରେ ସେ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ୨୦୪୭ ବିକଶିତ ଭାରତ ଲକ୍ଷ୍ୟରେ ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ମୋଟ ବଜେଟ ୫୩ ଲକ୍ଷ କୋଟି ଟଙ୍କା ଟପିଛି। 

    ତେବେ ଏତେ ପରିମାଣର ବଜେଟକୁ ସାଧାରଣ ଲୋକ ବୁଝିବା ବେଶ ମୁସ୍କିଲ। ତେଣୁ ୧ ଟଙ୍କାରେ ପୂରା ବଜେଟ୍‌ର ହିସାବ ଜାଣନ୍ତୁ..

    ଟଙ୍କାଟିଏ ଆସିବ କେଉଁଠୁ 

    ଋଣ ଓ ଅନ୍ୟାନ୍ୟ ଦାତା--  ୨୪ ପ.

    କର୍ପୋରେସନ ଟିକସ- ୧୮ ପ.

    ଆୟକର- ୨୧ ପ. 

    ସୀମା ଶୁଳ୍କ- ୪ ପ. 

    କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ – ୬ ପ.

    ଜିଏସଟି ଓ ଅନ୍ୟାନ୍ୟ ଟିକସ – ୧୫ ପ. 

    ଅଣ ଟିକସ – ୧୦ ପ. 

    ଅଣ ପୁଞ୍ଜି ଋଣ- ୨ ପ. 

    ଟଙ୍କାଟିଏ ଯିବ କୁଆଡ଼େ

    ଟିକସ ଓ ଶୁଳ୍କରୁ ରାଜ୍ୟର ଭାଗ- ୨୨ ପ. 

    ସୁଧ ଦେୟ- ୨୦ ପ.

    କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା – ୮ ପ. 

    ଫାଇନାନ୍ସ କମିଶନ ଓ ଅନ୍ୟ ଟ୍ରାନ୍ସଫର- ୭ ପ. 

    କେନ୍ଦ୍ରୀୟ ଯୋଜନା – ୧୭ ପ. 

    ପ୍ରତିରକ୍ଷା- ୧୧ ପ. 

    ପ୍ରମୁଖ ସବସିଡି- ୬ ପ. 

    ସାଧାରଣ ପେନସନ- ୨ ପ. 

    ଅନ୍ୟାନ୍ୟ ଖର୍ଚ୍ଚ – ୭ ପ. 

    Maximum 500 characters

    ତାଜା ଖବର View all

    Find Us on Facebook