Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧.୬୩ ଲକ୍ଷର କୃଷି ବଜେଟ

    Share on :
    ajab-Image
    Date: Feb 1, 2026    Views: 3555

    କେନ୍ଦ୍ରୀୟ ବଜେଟ ୨୦୨୬-୨୭ରେ ଉଚ୍ଚ ମୂଲ୍ୟର କୃଷି, ଏହା ସହିତ ଜଡ଼ିତ କ୍ଷେତ୍ର ଓ ପ୍ରଯୁକ୍ତିବିଦ୍ୟାରେ ହେଉଛି ଚାଷ କାମ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଚାଷୀଙ୍କ ଆୟ ବୃଦ୍ଧି କରିବା, ଗ୍ରାମୀଣ ରୋଜଗାରକୁ ବଳ ଦେବା ଓ ଅତ୍ୟାଧୁନିକ ଚାଷ କାମ କରିବା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରସ୍ତାବ ରଖିଛନ୍ତି। 
    ୨୦୨୬-୨୭ ଆର୍ଥିକ ବଜେଟରେ କୃଷି କ୍ଷେତ୍ର ପାଇଁ ମୋଟ ୧,୬୨,୭୧ କୋଟିର ବ୍ୟୟବରାଦ କରାଯାଇଛି। ଏହା ୨୦୨୫-୨୬ ତୁଳନାରୀ ୭% ଅଧିକ। ୨୦୨୫-୨୬ ଆର୍ଥିକ ବର୍ଷରେ କୃଷି କ୍ଷେତ୍ରର ବଜେଟ ୧,୫୧,୮୫୩ କୋଟି ଟଙ୍କା ରହିଥିଲା। କୃଷକ ଓ କୃଷି କଲ୍ୟାଣ, ଖାଦ୍ୟ ସୁରକ୍ଷା ଓ ଗ୍ରାମୀଣ ଜୀବିକା ଉପରେ ପୁଣିଥରେ ବଜେଟରେ ଫୋକସ କରାଯାଇଛି। 

    ୧- ସରକାର ଚାଷ ଭିତ୍ତିକ ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି କୃଷି ଭତ୍ତିକ ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ଏହି ପାଣ୍ଠିକୁ ଶୀତଳ ଭଣ୍ଡାର ଓ ଉତ୍ପାଦନ ପରେ ଫସଲର ପରିଚାଳନା ପାଇଁ ଖର୍ଚ୍ଚ କରାଯିବ। 
    ୨- କ୍ଷୁଦ୍ର ଖାଦ୍ୟ ଉଦ୍ୟୋଗୀ(ଏମଏଫଇ)ଗୁଡ଼ିକୁ ପ୍ରାଧିକୃତ କରିବା ପାଇଁ ୧୦ ହଜାର କୋଟି ଟଙ୍କା ସ୍କିମ ଲଞ୍ଚ। ଏହାଦ୍ୱାରା ଅଣ ପଞ୍ଜିକୃତ ଏମଇଏଫଗୁଡ଼ିକ ଏଫଏସଏସଏଆଇ ଖାଦ୍ୟ ସ୍ତରକୁ ଆସି ପାରିବେ। 

    ୩- ଔଷଧୀୟ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ୧୦ ଲକ୍ଷ ହେକ୍ଟର ଜମିକୁ ଔଷଧୀୟ ଚାଷରେ ସହାୟତା କରିବା ପାଇଁ ୪୦୦୦ କୋଟି ଟଙ୍କାର ଜାତୀୟ ଔଷଧୀୟ ଉଦ୍ଭିଦ ପାଣ୍ଠି ଆରମ୍ଭ କରାଯିବ।

    ୪- ମହୁମାଛି ପାଳନକାରୀଙ୍କ ପାଇଁ ଭିତ୍ତିଭୂମି ବିକାଶ ଓ ଅମଳ ପରବର୍ତ୍ତୀ ସୁବିଧା ପାଇଁ ୫୦୦ କୋଟି ଟଙ୍କାର ଯୋଜନା ଘୋଷଣା କରାଯାଇଛି 

    ୫- ସାମୁଦ୍ରିକ ଓ ଆଭ୍ୟନ୍ତରୀଣ ମତ୍ସ୍ୟପାଳନର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (PMMSY) ମାଧ୍ୟମରେ ମତ୍ସ୍ୟଜୀବୀମାନଙ୍କ ପାଇଁ ୨୦ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି।

    ୬- ୫୦ ପ୍ରତିଶତର ସବସିଡି ପ୍ରଦାନ କରି ଟମାଟୋ, ପିଆଜ ଓ ଆଳୁରୁ ଆରମ୍ଭ କରି ସମସ୍ତ ଫଳ ଓ ପନିପରିବା ପାଇଁ ଅପରେସନ୍ ଗ୍ରୀନ୍ସକୁ ବିସ୍ତାର କରାଯାଇଛି।

    ୭- ଦୁଗ୍ଧ ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି ଓ ଗୋ-ଖାଦ୍ୟ ଭିତ୍ତିଭୂମିରେ ନିବେଶକୁ ସମର୍ଥନ କରିବା ପାଇଁ ୧୫୦୦୦ କୋଟି ଟଙ୍କାର ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ସ୍ଥାପନ କରାଯିବ।

    ୮- ଭାରତରେ ଗାଈ, ମଇଁଷି, ମେଣ୍ଢା, ଛେଳି ଓ ଘୁଷୁରୀମାନଙ୍କ ୧୦୦% ଟୀକାକରଣ ପାଇଁ ୧୩,୪୩ କୋଟି ଟଙ୍କାର ମୋଟ ବ୍ୟୟ ସହିତ ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

    ୯- ସରକାର ମହୁମାଛି ପାଳନ ସହିତ ଜଡିତ ଭିତ୍ତିଭୂମି ବିକାଶ ପାଇଁ ୫୦୦ କୋଟି ଟଙ୍କାର ଏକ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିବେ। ଏହା ଦ୍ୱାରା ୨ ଲକ୍ଷ ମହୁମାଛି ପାଳନକାରୀଙ୍କ ଆୟ ବୃଦ୍ଧି ପାଇବ।

    ୧୦- ଶସ୍ୟ, ଖାଦ୍ୟ ତେଲ, ତୈଳବୀଜ, ଡାଲି, ପିଆଜ ଓ ଆଳୁ ସମେତ ଖାଦ୍ୟ ସାମଗ୍ରୀକୁ ନିୟନ୍ତ୍ରଣମୁକ୍ତ କରିବା ପାଇଁ ସାଢ଼େ ଛଅ ଦଶନ୍ଧି ଜାରି ରହିଥିବା ପୁରୁଣା ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନରେ ସଂଶୋଧନ ଘୋଷଣା କରିଛନ୍ତି।

    ଚାଷୀଙ୍କ ଆୟ ବୃଦ୍ଧି ସହ ଗ୍ରାମୀଣ ରୋଜଗାରକୁ ପ୍ରୋତ୍ସାହିତ କରିବା ପାଇଁ ମତ୍ସ୍ୟଚାଷ, ପଶୁ ସମ୍ପଦ, ଉଚ୍ଚ ମୂଲ୍ୟର ଫସଲ ଆଦି ପାଇଁ ଏକାଧିକ କାର୍ଯ୍ୟକ୍ରମ ହାତ ନିଆଯାଇଛି। 

    ମତ୍ସ୍ୟଚାଷ: ସରକାର ୫୦୦ ଜଳାଶୟ ଓ ଅମୃତ ସରୋବରକୁ ଏକକୃତ ବିକାଶ ପାଇଁ କାର୍ଯ୍ୟକ୍ରମ ହାତକୁ ନେବେ। ଏହାସହ ଉପକୂଳରେ ମତ୍ସ୍ୟ ପାଳନ ଶୃଙ୍ଖଳାକୁ ମଜୁବତ କରାଯିବ। ଏହାଦ୍ୱାରା ମତ୍ସ୍ୟ ପାଳକ ଉତ୍ପାଦନ ସଂଗଠନ ସହଭାଗିତାରେ ଷ୍ଟାର୍ଟଅପ ଓ ମହିଳା ନେତୃତ୍ୱାଧୀନ ସମୂହକୁ ସାମିଲ କରି ମାର୍କେଟରେ ସମ୍ପର୍କ ସ୍ଥାପନ କରାଯାଇ ପାରିବ। 

    ପଶୁପାଳନ : ଗ୍ରାମୀଣ ଓ ସେମି ଅର୍ବାନ ଅଞ୍ଚଳରେ ଗୁଣବତ୍ତାପୂର୍ଣ୍ଣ ରୋଜଗାରକୁ ବୃଦ୍ଧି କରିବା ପାଇଁ ସରକାର ପଶୁପାଳନ କ୍ଷେତ୍ରରେ ଉଦ୍ୟୋଗଶୀଳତାକୁ ନିମ୍ନଲିଖିତ ମାଧ୍ୟମରେ ସମର୍ଥନ କରିବେ- 
    ୧- ଋଣ ଆଧାରିତ ସବସିଡି କାର୍ଯ୍ୟକ୍ରମ 
    ୨- ପଶୁଧନ ଉଦ୍ୟୋଗୀକୋ ବିସ୍ତାର ଓ ଅତ୍ୟାଧୁନିକରଣ 
    ୩- ପଶୁଧନ, ଦୁଗ୍ଧ ଉତ୍ପାଦ ଓ କୁକୁଡ଼ା ଚାଷରେ ଏକକୃତ ମୂଲ୍ୟ ଶୃଙ୍ଖଳା 
    ୪- ପଶୁଧନ ଉତ୍ପାଦନ ଚାଷୀ ସଂଗଠନକୁ ପ୍ରୋତ୍ସାହିତ 

    ଉଚ୍ଚ ମୂଲ୍ୟର ଚାଷକୁ ପ୍ରୋତ୍ସାହିତ : ଫସଲରେ ଅଧିକ ବିବିଧତା ଆଣିବା, ଉତ୍ପାଦନ ବୃଦ୍ଧି କରିବା ଓ ଚାଷୀଙ୍କ ଆୟକୁ ବଳ ଦେବା ପାଇଁ ସରକାର ଉଚ୍ଚ ମୂଲ୍ୟର ଫସଲ ଯଥା ନଡ଼ିଆ, ଚନ୍ଦନକାଠ, କୋକୋଆ ଓ କାଜୁ ଚାଷକୁ ପ୍ରୋତ୍ସାହିତ କରିବେ। ଉତ୍ତର ପୂର୍ବ ରାଜ୍ୟରେ ଅଗର ଗଛକୁ ପ୍ରଚାର କରିବେ ଓ ପାହାଡ଼ିଆ ଅଞ୍ଚଳରେ ବାଦାମ ଭଳି ଚାଷ ପାଇଁ ସହାୟତା କରିବେ। 

    ନଡ଼ିଆ ପ୍ରମୋସନ ସ୍କିମ: ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଉତ୍ସାଦନକାରୀ ରାଷ୍ଟ୍ର। ଏହା ୩୦ ମିଲିୟନ ଲୋକଙ୍କ ସମେତ ୧୦ ମିଲିୟନ ଚାଷୀଙ୍କ ଜୀବନ ଜୀବିକା। ଏହି ଚାଷରେ ପ୍ରତିଯୋଗିତା ମୂଳକ ପରିବେଶ ସୃଷ୍ଟି କରିବା ପାଇଁ ବଜେଟରେ କୋକାନଟ ପ୍ରମୋସନ ସ୍କିମ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଉତ୍ପାଦନ ଓ ଗୁଣବତ୍ତା ବୃଦ୍ଧି କରିବା ସହ ପୁରୁଣା ଗଛକୁ ବଦଳାଇବାରେ ସହାୟତା କରିବ। 

    ଏଆଇ ଭିତ୍ତିକ ଭାରତ ବିସ୍ତାର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ(Budget) ଅଭିଭାଷଣରେ ଗୋଟିଏ ନୂଆ ଏଆଇ ଭିତ୍ତିକ ଉପକରଣ ଭାରତ ବିସ୍ତାର ସମ୍ପର୍କରେ ଘୋଷଣା କରିଛନ୍ତି। ଚାଷୀଙ୍କ ପାଇଁ ଏହି ଏଆଇ ଭିତ୍ତିକ ଉପକରଣ ଘୋଷଣା କରାଯାଇଛି। ଏହାଦ୍ୱାରା ଚାଷ କାମ ଅଧିକ ସହଜ ଓ ଅଧିକ ସଂଗଠିତ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି। 

    ଏଆଇ ଭିତ୍ତିକ ଉପକରଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, “ଭାରତ ବିସ୍ତାର ହେଉଛି ଗୋଟିଏ ଭର୍ଚୁଆଲ ଇଣ୍ଟିଗ୍ରେଡେଟ ବ୍ୟବସ୍ଥା। କୃଷିଜାତୀୟ ସମ୍ପଦ ସହ ଏହା ଜଡ଼ିତ। ମୁଁ ବହୁଭାଷୀୟ ଏଆଇ ଉପକରଣ ଭାରତ ବିସ୍ତାର ଲଞ୍ଚର ପ୍ରସ୍ତାବ ଦେଉଛି। ଏହା କୃଷି ଜାତୀୟ ପୋର୍ଟାଲ ସହ ଯୋଡ଼ି ହୋଇ ରହିବ। ଏହା ଚାଷୀଙ୍କୁ ପରାମର୍ଶ ଦେବା ସହ ବିଭିନ୍ନ ଚାଷ ସମ୍ପର୍କରେ ସୂଚନା ଦେବାରେ ସହାୟକ ହେବ। ସେହିପରି ଚାଷ ଜନିତ କ୍ଷତିକୁ ହ୍ରାସ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ” 

    Maximum 500 characters

    ତାଜା ଖବର View all

    Find Us on Facebook