Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶେୟାର ବଜାରକୁ ବଜେଟ୍ ଝଟ୍‌କା: ସେନସେକ୍ସ ୧୫୦୦ ପଏଣ୍ଟ ଖସିଲା

    Share on :
    ajab-Image
    Date: Feb 1, 2026    Views: 3422

    ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରକୁ ଲାଗିଛି ବଜେଟ୍ ଝଟ୍‌କା। ପ୍ରାରମ୍ଭିକ କାରବାରରେ ବଜାର ଲାଭରେ ଥିଲେ ହେଁ, ଅର୍ଥମନ୍ତ୍ରୀଙ୍କ ଭାଷଣ ପରେ ବଜାର ତଳମୁହଁ ହୋଇଥିଲା। ନିବେଶକମାନେ ବହୁମାତ୍ରାରେ ଶେୟାର ବିକ୍ରି କରିବା ଫଳରେ ସେନସେକ୍ସ ପ୍ରାୟ ୧,୫୦୦ ପଏଣ୍ଟ ଏବଂ ନିଫ୍ଟି ୨୪,୮୫୦ ପଏଣ୍ଟ ତଳକୁ ଖସି ଆସିଛି। ଏହା ବଜାରରେ ଏକ ଭୟର ବାତାବରଣ ସୃଷ୍ଟି କରିଛି।

    ବଜାର ହ୍ରାସର ୪ଟି ମୁଖ୍ୟ କାରଣ:
    STT ବୃଦ୍ଧି: ଅର୍ଥମନ୍ତ୍ରୀ ଫ୍ୟୁଚର୍ସ ଉପରେ ସିକ୍ୟୁରିଟିଜ୍ ଟ୍ରାଞ୍ଜାକ୍ସନ ଟ୍ୟାକ୍ସ ବା STT କୁ ୦.୦୨% ରୁ ୦.୦୫% କୁ ବୃଦ୍ଧି କରିଛନ୍ତି। ଏହି ଘୋଷଣା ପରେ ବିଏସଇ ଏବଂ ଆଞ୍ଜେଲ ୱାନ୍ ଭଳି କମ୍ପାନୀର ଶେୟାର ୧୦% ପର୍ଯ୍ୟନ୍ତ ହ୍ରାସ ପାଇଛି।

    ଲାଭ ସଂଗ୍ରହ: ବଜେଟ୍ ପୂର୍ବରୁ ସୂଚକାଙ୍କ ଉପର ମୁହାଁ ଥିବାରୁ ଉଚ୍ଚ ସ୍ତରରେ ନିବେଶକମାନେ ନିଜର ଲାଭ ସଂଗ୍ରହ କରିବାକୁ ଶେୟାର ବିକ୍ରି କରିଥିଲେ।

    ଅତ୍ୟଧିକ ଅସ୍ଥିରତା: ବଜେଟ୍ ଦିନ ସାଧାରଣତଃ ବଜାରରେ ଅଧିକ ହଟଚମଟ ଦେଖାଯାଏ। ଏହି ସମୟରେ India VIX (ଅସ୍ଥିରତା ସୂଚକାଙ୍କ) ୧୭% ରୁ ଅଧିକ ବୃଦ୍ଧି ପାଇଛି, ଯାହା ନିବେଶକଙ୍କ ମନରେ ଅନିଶ୍ଚିତତା ସୃଷ୍ଟି କରିଛି।

    ଏହି ସମୟରେ SBI, ହିନ୍ଦାଲକୋ ଏବଂ କୋଲ୍ ଇଣ୍ଡିଆ ଭଳି ବଡ଼ କମ୍ପାନୀଗୁଡ଼ିକର ଶେୟାରରେ ୫% ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଛି। ବିଶେଷଜ୍ଞଙ୍କ ମତରେ, ଟ୍ୟାକ୍ସ ବୃଦ୍ଧି ଏବଂ ବିଶ୍ୱସ୍ତରୀୟ ପରିସ୍ଥିତି ଯୋଗୁଁ ବଜାର କିଛି ଦିନ ପର୍ଯ୍ୟନ୍ତ ଅସ୍ଥିର ରହିପାରେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook