ମୁଖ୍ୟ ଖବର
ନୂଆଦିଲ୍ଲୀ: ଜଳପଥରେ ଖଣିଜ ପଥର ପରିବହନକୁ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି । ପୂର୍ବରୁ ପଶ୍ଚିମ ପ୍ରାନ୍ତ ପର୍ଯ୍ୟନ୍ତ ୨୦ଟି ନୂଆ ଜଳପଥ ପାଇଁ ବଜେଟରେ ପ୍ରସ୍ତାବ ଦିଆଯାଇଛି । ଖଣିଜ ସମ୍ପଦରେ ଭରପୂର ଓଡ଼ିଶା ପାଇଁ ୫ଟି ଜାତୀୟ ଜଳପଥ ପାଇଁ ପ୍ରସ୍ତାବ ଦିଆଯାଇଛି । ତାଳଚେର, ଅନୁଗୁଳ ଓ କଳିଙ୍ଗନଗରକୁ ଯୋଡ଼ାଯିବ । ପାରାଦୀପ ଓ ଧାମରା ବନ୍ଦର ସହ ସିଧା ଯୋଡ଼ାଯିବ ।
କେନ୍ଦ୍ର ଅର୍ଥ ମନ୍ତ୍ରୀ ତାଙ୍କ ବଜେଟରେ ମାଲ ପରିବହନ ନେଇ ପୂର୍ବରୁ ପଶ୍ଚିମକୁ ଜଳପଥରେ ଯୋଡିବାର ପ୍ରତିଶ୍ରୁତି ଦେଇଛନ୍ତି । ସେ ପୂର୍ବାଞ୍ଚଳ କୋଲକାତାର ଡାକୁନିରୁ ପଶ୍ଚିମର ସୁରଟ ପର୍ଯ୍ୟନ୍ତ ଯୋଡିବା ପାଇଁ 20ଟି ନୂଆ ଜଳପଥ ପ୍ରସ୍ତାବ ଦେଇଛନ୍ତି । ଆସନ୍ତା 5 ବର୍ଷ ମଧ୍ୟରେ ଏହି ଜଳପଥ କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି । ଏଥିରେ ଜଳପଥ ସଂଯୋଗୀକରଣ ଓଡିଶାର ନାଶନାଲ ବାଟର ୱେ5ରୁ ଆରମ୍ଭ ହେବାର ପ୍ରତିଶ୍ରୁତି ଦେଇଛନ୍ତି ।
ଜାତୀୟ ଜଳମାର୍ଗ ଯୋଜନାର ଜାତୀୟ ଜଳମାର୍ଗ–୫ରେ ବ୍ରାହ୍ମଣୀ , ମାତାଇ, ମହାନଦୀ ଡେଲ୍ଟା ଏବଂ ଇଷ୍ଟ କୋଷ୍ଟ କେନାଲକୁ ନେଇ ଜାତୀୟ ଜଳମାର୍ଗ ତାଳଚେର,ଅନୁଗୁଳ ଓ କଳିଙ୍ଗନଗରକୁ ପାରାଦ୍ବୀପ ଏବଂ ଧମରା ବନ୍ଦର ସହ ସଂଯୋଗୀକରଣ କରାଯିବ । ଓଡିଶାର ଖଣିଜ ସଂପଦ ପରିପୂର୍ଣ୍ଣ ତାଳଚେର ଓ ଅନୁଗୁଳ ସହ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ପାରାଦୀପ ପୋର୍ଟ ଏବଂ ଧାମରାକୁ ସଂଯୋଗ କରାଯିବାର ଯୋଜନା ରହିଛି । ଏହି ଜଳପଥ ସଂଯୋଗୀକରଣ ଦ୍ୱାରା ପୂର୍ବ ଭାରତର ବିକାଶର ନୂଆ ଦ୍ୱାର ଖୋଲିବାର ଆଶା ରହିଛି ।
ଏଥି ସହିତ ବାରଣାସୀ ଏବଂ ପାଟଣାରେ ମଧ୍ୟ ଅନ୍ତର୍ଜାତୀୟ ଜଳମାର୍ଗ ପାଇଁ ଏକ ଜାହାଜ ମରାମତି ଇକେସିଷ୍ଟମ ସ୍ଥାପିତ କରାଯିବାର ପ୍ରସ୍ତାବ ରହିଛି ।
Comments ସମସ୍ତ ମତାମତ 0