ମୁଖ୍ୟ ଖବର
ନୂଆଦିଲ୍ଲୀ: ସରିଲା ଅପେକ୍ଷା, ଖୋଲିଲା ପେଡ଼ି । ଆସିଛି କେନ୍ଦ୍ରୀୟ ବଜେଟ୍ । ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।
ଏଣିକି ଆୟକର ଲୁଚାଇଲେ ଆଉ ମିଳିବନି ଦଣ୍ଡ । ଅତିରିକ୍ତ ୩୦ ପ୍ରତିଶତ ଟିକସ ଦେଇ ମୁକୁଳି ପାରିବେ । ଏପ୍ରିଲ ୧ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି । ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ । ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ କରିପାରିବେ । ଆଇଟିଆର-୧, ଆଇଟିଆର-୨ ଲୋକେ ରିଟର୍ଣ୍ଣ ଭରିପାରିବେ । ଏବେ ‘ପାନ୍’ ଜରିଆରେ ଏନଆରଆଇ ନିଜ ସମ୍ପତ୍ତି ବିକିପାରିବେ ।
Comments ସମସ୍ତ ମତାମତ 0