Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଶସ୍ତା ହେବ କର୍କଟ ଏବଂ ମଧୁମେହ ଔଷଧ

    Share on :
    ajab-Image
    Date: Feb 1, 2026    Views: 3481

    ନୂଆଦିଲ୍ଲୀ: ଶସ୍ତା ହେବ କର୍କଟ ଏବଂ ମଧୁମେହ ଔଷଧ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ କହିଛନ୍ତି ଯେ ଦେଶରେ ବାୟୋଫାର୍ମା ସ୍ୟୁଟିକାଲ୍ କ୍ଷେତ୍ରର ବିକାଶ ଦ୍ୱାରା କର୍କଟ ଏବଂ ମଧୁମେହ ଭଳି ଗମ୍ଭୀର ରୋଗର ଔଷଧ ଶସ୍ତା ହେବ । ସୀତାରମଣ ୧୦,୦୦୦ କୋଟିର ଏସ୍‌ଏମ୍‌ଇ ଅଭିବୃଦ୍ଧି ପାଣ୍ଠି ମଧ୍ୟ ଘୋଷଣା କରିଥିଲେ । ସେ କହିଛନ୍ତି ଯେ ସରକାର ଭବିଷ୍ୟତରେ ନିଯୁକ୍ତି ସୃଷ୍ଟି କରିବା ଏବଂ ଚୟନିତ ମାନଦଣ୍ଡ ଆଧାରରେ ଉଦ୍ୟୋଗ ଗୁଡ଼ିକୁ ଉତ୍ସାହିତ କରିବା ପାଇଁ ୧୦,୦୦୦ କୋଟି ଟଙ୍କାର ଏକ ସମର୍ପିତ ଏସ୍‌ଏ ମ୍‌ଇ ଅଭିବୃଦ୍ଧି ପାଣ୍ଠି ଆରମ୍ଭ କରିବାକୁ ପ୍ରସ୍ତାବ ରଖିଛନ୍ତି ।
    ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ବଜେଟ୍ ଉପସ୍ଥାପନ କରିଛନ୍ତି। ଲଗାତର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।  ଏହି ବଜେଟ୍ ବିକଶିତ ଭାରତ ଗଠନ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

     

    Maximum 500 characters

    ତାଜା ଖବର View all

    Find Us on Facebook