Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଞ୍ଜିଗତ ବ୍ୟୟ ୧୨.୨ ଲକ୍ଷ କୋଟି ଟଙ୍କା

    Share on :
    ajab-Image
    Date: Feb 1, 2026    Views: 3467

    ନୂଆଦିଲ୍ଲୀ :  ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ବଜେଟ୍ ଉପସ୍ଥାପନ କରିଛନ୍ତି। ଲଗାତର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।  ଏହି ବଜେଟ୍ ବିକଶିତ ଭାରତ ଗଠନ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସରକାର ଭିତ୍ତିଭୂମି ବିକାଶ ଉପରେ ଅଧିକ ଫୋକସ ଦେଇଛନ୍ତି। ଆର୍ଥିକ ବର୍ଷ ୨୦୨୬-୨୭ରେ କେନ୍ଦ୍ର ସରକାରଙ୍କ ପୁଞ୍ଜିଗତ ବ୍ୟୟ  ୧୨.୨ ଲକ୍ଷ କୋଟି ଟଙ୍କା ରହିଛି। ସରକାରଙ୍କ ଦ୍ୱାରା ଭିତ୍ତିଭୂମି ନିର୍ମାଣ ଓ ଆର୍ଥିକ ବିକାଶକୁ ଗତି ଦେବା ପାଇଁ ରଣନୀତି ଜାରି ରହିଛି । ​​​​​​​

    ରିପୋର୍ଟ ଅନୁସାରେ, ଆର୍ଥିକ ବର୍ଷ ୨୦୨୭ରେ ସରକାରୀ କ୍ୟାପେକ୍ସରେ ବାର୍ଷିକ ଆଧାରରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ହୋଇଛି। ଏସବିଆଇ ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ, ଗତ କିଛି ବର୍ଷରେ ବଜେଟ୍ ଜରିଆରେ ପୁଞ୍ଜିଗତ ବ୍ୟୟରେ ବଡ଼ ବୃଦ୍ଧି ହୋଇଛି । ଆର୍ଥିକ ବର୍ଷ ୨୦୨୬ରେ ଏହା ମାତ୍ର ୨.୫ ଲକ୍ଷ କୋଟି ଟଙ୍କା ଥିଲା, ଯାହା ବଜେଟ୍ ଅନୁମାନ ଅନୁସାରେ ଆର୍ଥିକ ବର୍ଷ ୨୦୨୬ରେ ବଢି ୧୧.୨ ଲକ୍ଷ କୋଟି ଟଙ୍କା ହୋଇଛି । ସରକାରଙ୍କ ଦ୍ୱାରା ବିଭିନ୍ନ ସ୍ତରରେ ସମ୍ପତ୍ତି ନିର୍ମାଣ ପାଇଁ ଦିଆଯାଇଥିବା ଅନୁଦାନରେ ମଧ୍ୟ ବୃଦ୍ଧି ଘଟିଛି । ଆର୍ଥିକ ବର୍ଷ ୨୦୧୬ରେ ଏହା ୧.୩ ଲକ୍ଷ କୋଟି ଟଙ୍କାରୁ ବଢି ଆର୍ଥିକ ବର୍ଷ ୨୦୨୬ରେ ୪.୩ ଲକ୍ଷ କୋଟି ଟଙ୍କା ହୋଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook