Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଜେଟ: ପ୍ରତି ଜିଲ୍ଲାରେ ଛାତାବ୍ରାସ

    Share on :
    ajab-Image
    Date: Feb 1, 2026    Views: 3425

    ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ଜିଲ୍ଲାରେ ଛାତ୍ରାବାସ ଖୋଲିବ । ଏସଟିଇଏମ ସଂସ୍ଥା ପାଇଁ ଛାତ୍ରାବାସ ଖୋଲିବ ।  ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି । ଏହାଛଡ଼ା ଆଉ ୩ ନୂଆ ସର୍ବଭାରତୀୟ ଆୟୂର୍ବେଦ ସଂସ୍ଥା ଖୋଲିବ । ଆୟୁଷ ଫାର୍ମାସୀର ଅପଗ୍ରେଡ କରାଯିବ । ଜାମନଗରରେ ‘ହୁ’ ଔଷଧ କେନ୍ଦ୍ରର ମଧ୍ୟ ଅପଗ୍ରେଡ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । 

     ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦୀ ସରକାରରେ ନିର୍ମଳାଙ୍କର ଏହା ନବମ ବଜେଟ ଉପସ୍ଥାପନ । କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ ବୋଲି ନିର୍ମଳା କହିଛନ୍ତି । ବିଗତ ୧୧ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ତଥ୍ୟ ରଖୁଛନ୍ତି ଅର୍ଥମନ୍ତ୍ରୀ । ଚଳିତ ବର୍ଷ ବଜେଟ ଯୁବଶକ୍ତି ବଜେଟ ହେବାକୁ ଯାଉଛି, ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢୁଛି ।

    ନିର୍ମଳା କହିଛନ୍ତି ଯେ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍‌କା ସାଥ୍ ସବ୍‌କା ବିକାଶ, ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ଵ ଦେଉଛି । ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ, ଏବଂ ବଜେଟ୍‌ ଉପସ୍ଥାପନ ପାଇଁ ରାଷ୍ଟ୍ରପତି ତାଙ୍କୁ ଆନୁଷ୍ଠାନିକ ଅନୁମତି ପ୍ରଦାନ କରିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook