Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା

    Share on :
    ajab-Image
    Date: Feb 1, 2026    Views: 3259

    ନୂଆଦିଲ୍ଲୀ: ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦୀ ସରକାରରେ ନିର୍ମଳାଙ୍କର ଏହା ନବମ ବଜେଟ ଉପସ୍ଥାପନ   ତେବେ ଓଡ଼ିଶା ପାଇଁ ବଜେଟରେ ବଡ଼ ଘୋଷଣା କରାଯାଇଛି । ବିରଳ ଖଣିଜ କରିଡର ନେଇ ବଜେଟରେ ଘୋଷଣା କରାଯାଇଛି । ଓଡ଼ିଶାରେ ହେବ ବିରଳ ଖଣିଜ କରିଡର । କେରଳ, ଓଡ଼ିଶା, ଆନ୍ଧ୍ର ଓ ତାମିଲନାଡ଼ୁରେ ବିରଳ ଖଣିଜ କରିଡର କରାଯିବ । 
    । କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ ବୋଲି ନିର୍ମଳା କହିଛନ୍ତି । ବିଗତ ୧୧ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ତଥ୍ୟ ରଖୁଛନ୍ତି ଅର୍ଥମନ୍ତ୍ରୀ । ଚଳିତ ବର୍ଷ ବଜେଟ ଯୁବଶକ୍ତି ବଜେଟ ହେବାକୁ ଯାଉଛି, ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢୁଛି ।

    ନିର୍ମଳା କହିଛନ୍ତି ଯେ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍‌କା ସାଥ୍ ସବ୍‌କା ବିକାଶ, ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ଵ ଦେଉଛି । ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ, ଏବଂ ବଜେଟ୍‌ ଉପସ୍ଥାପନ ପାଇଁ ରାଷ୍ଟ୍ରପତି ତାଙ୍କୁ ଆନୁଷ୍ଠାନିକ ଅନୁମତି ପ୍ରଦାନ କରିଥିଲେ ।

    Maximum 500 characters

    ତାଜା ଖବର View all

    Find Us on Facebook