ମୁଖ୍ୟ ଖବର
ଭୁବନେଶ୍ୱର: ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣା ରୋକିବାକୁ ‘୪ ଇ’ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ପ୍ରଥମ ‘ଇ’ ହେଉଛି ଏଡୁକେସନ୍ ବା ସଠିକ୍ ସୂଚନା ଓ ସଚେତନତା ସୃଷ୍ଟି କବିବା । ଦ୍ୱିତୀୟ ‘ଇ’ ହେଉଛି ଏନଫୋର୍ସମେଣ୍ଟ ବା ଟ୍ରାଫିକ୍ ନିୟମ ଲାଗୁ କରିବା । ତୃତୀୟ ‘ଇ’ ହେଉଛି ଇଞ୍ଜିନିୟରିଂ ବା ସୁରକ୍ଷିତ ରାସ୍ତା ଓ ପୋଲ ନିର୍ମାଣ କରିବା । ଚତୁର୍ଥ ‘ଇ’ ହେଉଛି ଏମରଜେନ୍ସି ବା ତୁରନ୍ତ ଚିକିତ୍ସା ସେବା ଯୋଗାଇବା । ମୁଁ ଏଥିରେ ଆଉ ଦୁଇଟି ‘ଇ’ ଯୋଡୁବାକୁ ଚାହୁଁଛି । ଏହି ଦୁଇ ‘ଇ’ ହେଉଛି ଏନଭାଇରନ୍ମେଣ୍ଟ ଓ ଏନ୍ଗେଜମେଣ୍ଟ । ଏସବୁ ଆପଣାଇଲେ ୯୫% ଦୁର୍ଘଟଣାକୁ ରୋକାଯାଇପାରିବ । ଆମେ ଚାହୁଁନଥିଲେ ବି ସଡକ ଦୁର୍ଘଟଣାରେ ସାରା ବିଶ୍ୱରେ ଭାରତ ପ୍ରଥମ ।
Comments ସମସ୍ତ ମତାମତ 0